୬ ମାସ ଧରି ଗଣଦୁଷ୍କର୍ମର ଶିକାର ହେବା ପରେ ବି କାର୍ଯ୍ୟାନୁଷ୍ଠାନ କଲାନାହିଁ ପୁଲିସ,ଶେଷରେ ଆତ୍ମଦାହର ରାସ୍ତା ବାଛିନେଲେ ପୀଡ଼ିତା

ଶାହାଜାହାଁପୁର : ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଚର୍ଚ୍ଚା କରିବାକୁ ବାଧ୍ୟ କରିଛି । ଏହି ଘଟଣା ଉତ୍ତରପ୍ରଦେଶ ପୁଲିସର ଅସଲ ମୁଖା ଖୋଲିବା ସହ ସେମାନେ ସାଧାରଣ ଲୋକଙ୍କୁ କିଭଳି ସୁରକ୍ଷା ଦେଉଛନ୍ତି ତାହା ପଦାରେ ପକାଇଛି । ୬ ମାସ ପର୍ଯ୍ୟନ୍ତ ଗଣଦୁଷ୍କର୍ମର ଶିକାର ହେବା ପରେ ସୁରକ୍ଷା ପାଇଁ ପୁଲିସକୁ ସାହାଯ୍ୟ ମାଗିଥିଲେ ପୀଡ଼ିତା । କିନ୍ତୁ ସବୁ ଜାଣି ବି ପୁଲିସ ଚୁପ୍‌ ରହିଥିଲା । ଶେଷରେ ନିଜକୁ ଅସହାୟ ମନେ କରି ଦୁଷ୍କର୍ମରୁ ବଞ୍ଚିବା ପାଇଁ ପୀଡ଼ିତା ଆତ୍ମଦାହର ବାଟ ବାଛି ନେଇଥିଲେ । ଏ ଘଟଣା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Motta & Motta Attorneys

ମହିଳାଙ୍କ ମୃତ୍ୟୁ ପରେ ଘଟଣାଟି ସର୍ବସମ୍ମୁଖକୁ ଆସିବାରୁ ଏବେ ପୁଲିସର ନିଦ ଭାଙ୍ଗିଛି । ମହିଳାଙ୍କ ମୃତ୍ୟୁ ଖବର ଶୁଣି ଏସ୍‌ପି ଏସ୍‌ ଚିନ୍ନାପା ଡ଼ାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ସ୍ୱାମୀଙ୍କୁ ସଠିକ୍‌ ତଦନ୍ତ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ସହ ଯେଉଁ ପୁଲିସକର୍ମଚାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ସେମାନଙ୍କୁ ବହିଷ୍କାର କରାଯାଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛନ୍ତି ଏସ୍‌ପି ଏସ୍‌ ଚିନ୍ନାପା । ସୂଚନା ମୁତାବକ, ମରିବା ପୂର୍ବରୁ ପୀଡ଼ିତା ନିଜ ଆତ୍ମଦାହ ପଛର କାରଣ କହିଥିଲୋ ୬ମାସ ପୂର୍ବରୁ ମୁକେଶ ଯାଦବ,ପ୍ରମୋଦ ଯାଦବ ଏବଂ ବିନୟ କୁଶବାହା ନାମକ ୩ ଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପରେ ପୁଅକୁ ମାରିବାର ଧମକ ଦେଇ ୩ ଜଣ ବାରମ୍ବାର ଗଣଦୁଷ୍କର୍ମ କରି ଚାଲିଥିଲେ । ପୁଲିସରେ ଅଭିଯୋଗ ପରେ ମଧ୍ୟ କିଛି ଲାଭ ମିଳି ନଥିଲା । ଯାହା ପରେ ପୀଡ଼ିତା ଏହି ପଦକ୍ଷେପ ନେଇଥିବା କହିଥିଲେ ।

ସମ୍ବନ୍ଧିତ ଖବର