ଓଡ଼ିଶାରେ କାମ କରୁଥିଲେ ସ୍ୱାମୀ, ସେପଟେ ଅଶ୍ଳୀଳ ଫଟୋ ଲିକ୍‌ ହେବା ପରେ ଆତ୍ମହତ୍ୟା କଲେ ପତ୍ନୀ

କଲିକାତା: ପଶ୍ଚିମବଙ୍ଗର ଇଷ୍ଟ ମିଦନାପୁର ଜିଲ୍ଲାରେ ବଦନାମ୍‌ ହେବା ଭୟରେ ଜଣେ ବିବାହିତ ମହିଳା ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ମଧ୍ୟ ଛାଡ଼ି ଯାଇଛନ୍ତି। ଏହା ଆଧାରରେ ପୁଲିସ ତିନିଜଣ ନାବାଳକଙ୍କ ସହିତ ଚାରିଜଣ ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ମହିଳା ସୋସିଆଲ ମିଡିଆରେ ନିଜର ଅଶ୍ଳୀଳ ଫଟୋ ଲିକ୍‌ ହୋଇଯିବା ଭୟରେ ଆତ୍ମହତ୍ୟା କରିଛନ୍ତି। ପୁଲିସକୁ ସ୍ଥାନୀୟଲୋକମାନେ ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରିଥିଲା। ମହିଳାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ପୁଲିସ ଜବତ କରିଥିଲା। ସୁଇସାଇଡ ନୋଟ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତ ମଧ୍ୟରେ ୨୧ବର୍ଷୀୟ ଚନ୍ଦନ ସାମିଲ ରହିଛି। ଚନ୍ଦନ ଓ ତାର ନାବାଳକ ତିନିଜଣ ସାଥୀଙ୍କୁ କୋର୍ଟରେ ହାଜର ହେବା ପରେ ୧୪ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ନିଆଯାଇଛି। ଛାନ୍‌ଭିନ୍‌ କରିବା ପରେ ଅଭିଯୁକ୍ତଙ୍କ ପାଖରୁ ମହିଳାଙ୍କ ମୋବାଇଲ ଜବତ କରାଯାଇଥିଲା। ଯେଉଁଥିରେ ମୃତକଙ୍କ ସମେତ ଅନେକ ମହିଳାଙ୍କ ଅଶ୍ଳୀଳ ଫଟୋ ରହିଥିଲା। ମୋବାଇଲରୁ ମିଳିଥିବା ଫଟୋରୁ ମହିଳାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି।

ମୃତକ ଇଷ୍ଟ ମିଦନାପୁରର ଏକ ଗ୍ରାମରେ ତିନିଜଣ ପିଲା ଓ ଶାଶୁ -ଶ୍ୱଶୁର ସହିତ ରହୁଥିଲେ। ତାଙ୍କ ସ୍ୱାମୀ ଓଡ଼ିଶାରେ ଚାକିରି କରୁଥିଲେ। ସେଥିପାଇଁ ସେ ସବୁବେଳେ ପରିବାର ଲୋକଙ୍କ ଠାରୁ ଅଲଗା ରହିଥାଆନ୍ତି। ପୀଡିତା ଏକ ମାସ ପୂର୍ବରୁ ନିଜର ଝିଅକୁ ଡ୍ୟାନ୍ସ କ୍ଲାସ ଛାଡ଼ିବାକୁ ଯାଇଥିଲେ। ଯେଉଁଠାରେ ତାଙ୍କ ମୋବାଇଲ ହଜି ଯାଇଥିଲା। ମହିଳାଙ୍କ ମୋବାଇଲ ଏହି ଅଭିଯୁକ୍ତଙ୍କ ହାତରେ ଲାଗିଥିଲା। ମହିଳା ଯେତେବେଳେ ଘରେ ପହଁଞ୍ଚି ମୋବାଇଲକୁ କଲ କରିଥିଲେ ଅଭିଯୁକ୍ତମାନେ ତାଙ୍କ ଫୋନ୍‌ ଫେରାଇ ଦେଇଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ମୋବାଇଲରେ ମହିଳାଙ୍କ ଅଶ୍ଳୀଳ ଫଟୋ ରହିଥିଲା ଓ ଅଭିଯୁକ୍ତ ମହିଳାଙ୍କୁ ମୋବାଇଲ ଫେରାଇବା ସମୟରେ ସେହି ଫଟୋକୁ ତାଙ୍କ ମୋବାଇଲକୁ ଟ୍ରାନ୍ସଫର କରି ନେଇଥିଲେ। ଏହି ଫଟୋକୁ ନେଇ ଅଭିଯୁକ୍ତମାନେ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଦେଇଥିଲେ। ସେମାନଙ୍କ ସହିତ ଶାରୀରିକ ସମ୍ଭନ୍ଧ ଓ ନଗ୍ନ ଫଟୋ ପଠାଇବା ପାଇଁ ବାଧ୍ୟ କରିଥିଲେ। ଯଦି ସେମାନଙ୍କ କଥାରେ ସେ ରାଜି ନହୁଅନ୍ତି ତେବେ ତାଙ୍କ ଏହି ଅଶ୍ଳୀଳ ଫଟୋକୁ ସେମାନେ ଇଣ୍ଟରନେଟରେ ଛାଡ଼ି ଦେବେ ବୋଲି କହିଥିଲେ। ମହିଳା ଏମାନଙ୍କ କଥା ନଶୁଣିବାରୁ ସେମାନେ ତାଙ୍କ ଅଶ୍ଳୀଳ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ନିଜ ଅଶ୍ଳୀଳ ଫଟୋ ଲିକ୍‌ ହେବା କାରଣରୁ ମହିଳା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର