ଦୁଷ୍କର୍ମକାରୀଙ୍କୁ ଭୟ କରି ଥାନାରେ ରହୁଥିଲେ ପୀଡିତା, ୬ଥର କରାଇଥିଲେ ଗର୍ଭପାତ

ପଲଓ୍ଵାଲ୍‌: ୪ବର୍ଷ ହେବ ଗଣଦୁଷ୍କର୍ମର ଶିକାର ହେଉଥିବା କନେଷ୍ଟବଳ ରବିବାର ମହିଳା ଆୟୋଗ ଟିମ୍‌କୁ ନିଜ ସହିତ ଘଟିଥିବା ଦୁଃଖଦ ଘଟଣା ବିଷୟରେ ବଖାଣି ଥିଲେ। ହସ୍‌ପିଟାଲରେ ଭର୍ତ୍ତି ଥିବା ପୀଡିତା କହିଥିଲେ, ତାଙ୍କୁ ଛୁରୀ ମୁନରେ ଦୁଷ୍କର୍ମ କରାଯାଉଥିଲା। ସେ ଦୁଷ୍କର୍ମକାରୀଙ୍କଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଘର ବି ବଦଳାଉଥିଲେ କିନ୍ତୁ ପ୍ରତିଥର ଦୁଷ୍କର୍ମକାରୀ ତାଙ୍କୁ ଖୋଜି ନେଉଥିଲେ। ଏହି ଭୟରେ ସେ ଥାନାରେ ରହିବାକୁ ଲାଗିଲେ। ୬ଥର ତାଙ୍କୁ ଧମକାଇ ଗର୍ଭପାତ କରାଯାଇଥିଲା। ଏବେ ସେ ସପ୍ତମ ଥର ପାଇଁ ଅନ୍ତସତ୍ତ୍ୱା ହୋଇଛନ୍ତି। ତାଙ୍କ ଅନ୍ତସତ୍ତ୍ୱାକୁ ଅଢ଼େଇ ମାସ ହୋଇଛି।

ସୂଚନାଯୋଗ୍ୟ, ହରିୟାଣାର ପୁଲିସରେ ହେଡ୍‌ କନେଷ୍ଟବଳ ପଦରେ କାମ କରୁଥିବା ମହିଳା ୨୦୧୪ରେ ବସରେ ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ଜୁନ୍‌ ୧୫ରେ ଉକ୍ତ ବ୍ୟକ୍ତି ଜଣକ ଛୁରୀ ମୁନରେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। କେବଳ ଏତିକି ନୁହେଁ ମହିଳାଙ୍କର ଏହି ବସ୍‌ ବନ୍ଧୁ ନିଜ ସାଙ୍ଗମାନଙ୍କ ସହିତ ମିଶି ତାଙ୍କୁ ବାରମ୍ବାର ଗଣଦୁଷ୍କର୍ମ କରି ଚାଲିଥିଲା। ଏହି ସମୟରେ ମହିଳା ଯେତେବେଳେ ଅନ୍ତସତ୍ତ୍ୱା ହୋଇ ଗଲେ ତାଙ୍କର ଗର୍ଭନଷ୍ଟ କରିବା ପାଇଁ ବି ଦୁଷ୍କର୍ମକାରୀ ବାଧ୍ୟ କରିଥିଲେ। ଏତିକିରେ ଦୁଷ୍କର୍ମକାରୀଙ୍କ ମନ ବୁଝିଲା ନାହିଁ ଯେ ସେ ହେଡ୍‌ କନେଷ୍ଟବଳଙ୍କ ବେତନକୁ ଜୋରଜବରଦସ୍ତି ବାହାର କରି ନେଇ ଯାଉଥିଲେ। ବାରଣ କରିବାରୁ ମାରପିଟ ଆରମ୍ଭ କରି ଦିଅନ୍ତି। ପୀଡିତା ସାହାସ ଜୁଟାଇ ଗତ ଶୁକ୍ରବାର ପୁଲିସ ନିକଟରେ ଜୋଗେନ୍ଦ୍ର, ତୋଷରାଜ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପ୍ରିତି , ପପ୍ପୁ ଓ ନରେନ୍ଦ୍ର ବିରୋଧରେ ମାରପିଟ ଓ ଗର୍ଭପାତ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏହା ପରେ ପୁଲିସ ୫ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା।

ମାନସିକ ଓ ଶାରୀରିକ ନିର୍ଯାତନା ପାଇଥିବା ପୀଡିତା ୪ଦିନ ହେବ ହସ୍‌ପିଟାଲରେ ଭର୍ତ୍ତି ଅଛନ୍ତି। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ମହିଳା ଆୟୋଗ ଟିମ୍‌ ରବିବାର ହସ୍‌ପିଟାଲରେ ପହଞ୍ଚିଥିଲେ। ଏହି ସମୟରେ ମହିଳା ନିଜ ଦୁଃଖଦ କାହାଣୀ ସେମାନଙ୍କୁ ଶୁଣାଇଥିଲେ।ଏଥିସହିତ ସେ କହିଥିଲେ ଦେଢ଼ ମାସର ଅନ୍ତସତ୍ତ୍ୱା ଓ ଏହାକୁ ମିଶାଇ ସେ ସାତଥର ଗର୍ଭନଷ୍ଟ କରିବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର