ଦୁଷ୍କର୍ମରୁ ବଞ୍ଚିବା ପାଇଁ ଗୁପ୍ତାଙ୍ଗ ଛିଡ଼ାଇଲେ ମହିଳା

ଉତ୍ତର ଫ୍ରାନ୍ସର ଜଣେ ମହିଳା ନିଜକୁ ଦୁଷ୍କର୍ମରୁ ବଞ୍ଚାଇବାକୁ ଯାଇ ଏକ ଅଭିନବ ଉପାୟ ଆପଣାଇଛନ୍ତି । ତାଙ୍କର ଏହି ସାହାସିକତା ପାଇଁ ବର୍ତ୍ତମାନ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି। ଦୃର୍ବୁତ୍ତମାନେ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଆସିବା ସମୟରେ କିଛି ଉପାୟ ନପାଇ ସେ ସେମାନଙ୍କ ଗୁପ୍ତାଙ୍ଗକୁ କାମୁଡ଼ି ଛିଡ଼ାଇ ଦେଇଥିଲେ । ମହିଳାଙ୍କ ଏପରି ପଦକ୍ଷେପ ପରେ କୌଣସି ଦୃର୍ବୁତ୍ତ ତାଙ୍କ ଉପରେ ଆଖି ଉଠାଇ ଦେଖିବାକୁ ସାହସ କରିବେ ନାହିଁ ବୋଲି ସେ କହିଛନ୍ତି।

ଘଟଣାରୁ ପ୍ରକାଶ, କିଛି ଦିନ ପୂର୍ବେ ଜଣେ ୩୦ ବର୍ଷୀୟା ଜନୈକା ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପାଇଁ ୩ଜଣ ଦୃର୍ବୁତ୍ତ ବଳପୂର୍ବକ ତାଙ୍କୁ ଅପହରଣ କରି ଏକ ଛୋଟ କୋଠରୀ ମଧ୍ୟକୁ ନେଇ ଯାଇଥିଲେ । ସେମାନେ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ମହିଳା ଜଣଙ୍କ ସେମାନଙ୍କୁ ଯେତେ ନେହୁରା ହୋଇଥିଲେ ମଧ୍ୟ ସେମାନଙ୍କର ମନ ତରଳି ନଥିଲା ।

Pakistan Today

ମହିଳାଙ୍କର ଏତେ ଆବେଦନ ପରେ ମଧ୍ୟ ଦୃର୍ବୁତ୍ତ ମାନେ ତାଙ୍କୁ ଛାଡ଼ି ନଥିବାରୁ ସେ ନାରୀରୁ ନାରାୟଣୀର ରୁପ ନେଇ ଥିଲେ । ଏହି ସମୟରେ ସେ ଜଣେ ଦୃର୍ବୁତ୍ତର ଗୁପ୍ତାଙ୍ଗକୁ କାମୁଡ଼ି ଛିଡ଼ାଇ ଦେଇଥିଲେ । ମହିଳାଙ୍କ ଏହି ରୂପ ଦେଖି ବାକି ଦୁଇ ଦୃର୍ବୁତ୍ତ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ବର୍ତ୍ତମାନ ପୁଲିସ ୩ଜଣ ଦୃର୍ବୁତ୍ତଙ୍କୁ ଖୋଜୁଥିବା ବେଳେ ଖାସ କରି ଗୁପ୍ତାଙ୍ଗ ଖଣ୍ଡିଆ ଦୃର୍ବୁତ୍ତଙ୍କର ଖୋଜ କରୁଛନ୍ତି। କାରଣ ଏପରି ଅବସ୍ଥାରେ ଦୃର୍ବୁତ୍ତ ଜଣଙ୍କ କୁଆଡ଼େ ଯାଇ ନପାରି ନିଶ୍ଚିତ ଭାବେ ପାଖଆଖର କୌଣସି ହସ୍ପିଟାଲରେ ଚିକିତ୍ସିତ ହୋଇଥିବେ ବୋଲି ସନ୍ଦେହ କରି ପୋଲିସ୍‌ ପାଖ ହସ୍ପିଟାଲଗୁଡ଼ିକରେ ଦୃର୍ବୁତ୍ତଙ୍କ ବିଷୟରେ ପଚରାଉଚରା ଚଳାଇଛି ।

ସମ୍ବନ୍ଧିତ ଖବର