ଡାକ୍ତର ଗୋଟିଏ ବଦଳରେ ଓପାଡି ଦେଲେ ଚାରିଟି ଦାନ୍ତ, ଘଟଣାସ୍ଥଳରେ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ

ଗୋପାଲପୁର: ବିହାରର ଗୋପାଲପୁରରେ ଜଣେ ମହିଳାଙ୍କୁ ଦାନ୍ତ ଓପାଡିବା ମହଙ୍ଗା ପଡ଼ିଛି। ଦାନ୍ତ ଓପାଡିବା କ୍ଷଣି ମହିଳା ଅଚେତ ହୋଇପଡ଼ିଥିଲେ। କିଛି ସମୟ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି ଅବସ୍ଥା ଦେଖି ଡାକ୍ତର କ୍ଲିନିକ୍‌ ଛାଡ଼ି ଫେରାର ହୋଇଯାଇଥିଲେ। ମହିଳାଙ୍କ ପରିଜନ ରାଗେରେ କ୍ଲିନିକ୍‌ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଲୋକମାନଙ୍କୁ ବୁଝାସୁଝା କରି ଶାନ୍ତ ରହିବାକୁ କହିଥିଲା।

ଏଭଳି ଏକ ଘଟଣା ଗୋପାଳପୁର ଥାନା ବେରିୟାରେ ଘଟିଛି। ସଙ୍ଗୀତା ଓରଫ ସୋନି ତାଙ୍କ ବାପ ଘରକୁ ଆସିଥିଲେ। ଗୁରୁବାର ସେ ସ୍ୱାମୀ ଓ ଦୁଇ ପିଲାଙ୍କ ସହିତ ତାଙ୍କ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ସେଠାରେ ତାଙ୍କ ଦାନ୍ତରେ ଆକସ୍ମିକ ଯନ୍ତ୍ରଣା ହୋଇଥିଲା। ସଙ୍ଗୀତାଙ୍କୁ ତାଙ୍କ ମାମୁଁ ଡାକ୍ତର ଉମାଗୋସ୍ୱାମୀଙ୍କ ପାଖକୁ ନେଇଯାଇଥିଲେ। ଶୁକ୍ରବାର ଡାକ୍ତର ମହିଳାଙ୍କ ଦାନ୍ତ ଦେଖି କିଛି ଔଷଧ ଖାଇବାକୁ ଦେଇଥିଲେ। ଦାନ୍ତ ଓପାଡିବା କଥା କହି ଶନିବାର ତାଙ୍କୁ କ୍ଲିନିକ୍‌କୁ ଡାକିଥିଲେ। ସଙ୍ଗୀତ ବି କ୍ଲିନିକ୍‌ରେ ଯାଇ ପହଞ୍ଚିଥିଲେ, ସେଠାରେ ଡାକ୍ତର ଗୋଟିଏ ଦାନ୍ତ ଓପାଡିବା ବଦଳରେ ଚାରିଟି ଦାନ୍ତ ଓପାଡି ଦେଇଥିଲେ। ଫଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର