ମହିଳା ଗୁପ୍ତାଙ୍ଗରେ ଲୁଚାଇ ନେଇଯାଉଥିଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ଏମିତି ଉଠିଲା ପରଦା

ଫ୍ଲୋରିଡା: ଚୋରି କରିବା ପାଇଁ ମହିଳାମାନେ ବିଭନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଆମେରିକାର ଫ୍ଲୋରିଡାରେ ଏମିତି ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଦାମିକା ଘଡି ଚୋରି କରିବାର ନୂଆ ଉପାୟ ଆପଣାଇଛି। ମହିଳା ଚୋରି କରିଥିବା ୭୬ଲକ୍ଷରୁ ଅଧି ମୂଲ୍ୟର ଚାରିଟି ରୋଲେକ୍ସ ଘଡି ନିଜ ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲା। ମହିଳାଙ୍କ ଏହି ଚୋରି ଘଟଣା ଜଣାଯିବା ପରେ ପୁଲିସ ଗିରଫ କରି ନେଇଛି।

ସୂଚନାଯୋଗ୍ୟ, ଦକ୍ଷିଣ-ପୂର୍ବ ଫ୍ଲୋରିଡାରେ ଅଟଲାଣ୍ଟିକ୍‌ ତଟସ୍ଥିତ ମିୟାମି ସହରରେ ୨୯ବର୍ଷୀୟ ଡେଲଜୁରିଆ ବ୍ରୁକେନ୍‌ସ ଏକ ହୋଟେଲ୍‌ରୁ ପାଞ୍ଚଟି ରୋଲେକ୍ସ ଘଡ଼ି ଚୋରାଇ ଥିଲା। ଏଥିମଧ୍ୟରୁ ୪ଟି ଘଡ଼ି ସେ ତାର ଗୁପ୍ତାଙ୍ଗରେ ଲୁଚାଇ ରଖିଥିଲା। ବ୍ରୁକେନ୍‌ସ ନିଜର ଜଣେ ସାଙ୍ଗ ସହିତ ଏହି ହୋଟେଲକୁ ଆସିଥିଲା। ମଉକା ଦେଖି ସେ ପାଞ୍ଚଟି ରୋଲେକ୍ସ ଘଣ୍ଟା ଚେରାଇ ନେଇଥିଲା। ଏହି ଚୋରି ଘଟଣା ସମ୍ପର୍କରେ ଖବର ପାଇ ବ୍ରୁକେନ୍‌ସକୁ ପୁଲିସ ଗିରଫ କରି ନେଇଥିଲା। ପୁଲିସ ଉକ୍ତ ମହିଳାଙ୍କ ନିକଟରୁ ଗୋଟିଏ ଘଣ୍ଟା ପାଇଥିଲା। ଏହାପରେ ତାକୁ ଜେଲ ପଠାଇ ଦେଇଥିଲା। ଏଠାରେ ମହିଳାଙ୍କ ଚୋରି ଉପରୁ ପର୍ଦ୍ଦା ଉଠିଥିଲା।

ସମ୍ବନ୍ଧିତ ଖବର