ପ୍ରେମିକକୁ ବିବାହ କରିବା ପାଇଁ ତୃତୀୟ ସ୍ୱାମୀକୁ ଛାଡ଼ିଲେ ମହିଳା,ଶେଷ ମୁହୂର୍ତ୍ତରେ ପ୍ରେମିକ ମନା କରିବାରୁ ଆପଣାଇଲେ ସ୍ୱାମୀ

ଅହମଦାବାଦ୍‌ : ‘ମୋର ଭୁଲ୍‌ ହୋଇ ଯାଇଛି । ଭାଙ୍ଗି ଯାଇଥିବା ସଂପର୍କକୁ ପୁଣି ଥରେ ଯୋଡ଼ି ଦିଅନ୍ତୁ । ମୋ ପ୍ରେମିକ ଏବଂ ମାତା-ପିତା ମୋତେ ଆପଣାଇବା ପାଇଁ ମନା କରି ଦେଇଛନ୍ତି । ରହିବା ପାଇଁ ମୋ ପାଖରେ ଏବେ କୌଣସି ଘର ନାହିଁ । ୧୦ଦିନ ପୂର୍ବରୁ ମୋର ଛାଡ଼ପତ୍ର ହେବା ସହ ମୋର ୮ମାସର ଝିଅ ମୋ ସ୍ୱାମୀଙ୍କ ପାଖରେ ଅଛି । ମୁଁ ମୋ ସ୍ୱାମୀ ଏବଂ ଝିଅ ସହ ପୁଣି ଥରେ ରହିବା ପାଇଁ ଚାହୁଁଛି ।’

କାକୁତିମିନତି ହୋଇ ଏଭଳି ଭାବେ ହେଲ୍ପଲାଇନ୍‌କୁ ସାହାଯ୍ୟ ମାଗିଥିଲେ କାବ୍ୟା ନାମକ ଜଣେ ମହିଳା । ଏ ନେଇ କାବ୍ୟାଙ୍କ ସ୍ୱାମୀଙ୍କୁ ଜଣାଇ ଦିଆଯିବା ପରେ ନିଜ ସ୍ତ୍ରୀର ଅବସ୍ଥା ଦେଖି ପୁଣି ଥରେ ଆପଣାଇବା ପାଇଁ ସେ ରାଜି ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ,ପୀଡ଼ିତା କାବ୍ୟାଙ୍କୁ ୨୦ବର୍ଷ ବୟସ ହୋଇଥିବା ବେଳେ ମାତା-ପିତା ତାଙ୍କର ପ୍ରଥମ ବିବାହ କରାଇଥିଲେ, ଯାହା ମାତ୍ର ୨ମାସ ପର୍ଯ୍ୟନ୍ତ ଠିକ୍‌ ଚାଲିଥିଲା । ୨ ମାସର ବିବାହ ପରେ ଛାଡ଼ପତ୍ର ନେଇ ୮ ମାସ ପରେ ସେ ଘରୁ ଲୁଚି ତାଙ୍କ ପ୍ରେମିକ ରୋହିତଙ୍କୁ ପୁଣି ବିବାହ କରିଥିଲେ । ବିବାହ ପରେ ରୋହିତ୍‌ଙ୍କ ଯୌଥ ପରିବାର ଥିବାରୁ କାବ୍ୟା ଅଲଗା ରହିବା ଆରମ୍ଭ କରିଥିଲେ । ଦିନ ସାରା କିଛି କାମ ନ କରି ବାହାରେ ବୁଲୁଥିବାରୁ ରୋହିତ୍‌ ଏବଂ କାବ୍ୟାଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏଥି ପାଇଁ କାବ୍ୟା ରେହିତ୍‌ଙ୍କ ଛାଡ଼ପତ୍ର ଦେଇ ନିଜ ବାପଘରେ ଆସି ରହିବାକୁ ଲାଗିଥିଲେ ।

bhaskar.com

ଘରର ଆର୍ଥିକ ପରିସ୍ଥିତି ଠିକ୍‌ ନଥିବାରୁ କାବ୍ୟା ମେହୁଲ ନାମକ ଜଣେ ବ୍ୟବସାୟୀଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ । କିଛି ଦିନ କାମ କରିବା ପରେ ମେହୁଲ ଏବଂ କାବ୍ୟାଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଦୁଇ ବର୍ଷ ପୂର୍ବେ ଦୁଇ ଜଣ ବିବାହ କରିଥିବା ବେଳେ ତାଙ୍କ ୮ମାସର ଏକ ଝିଅ ମଧ୍ୟ ଥିଲା । ଏହି ସମୟରେ କାବ୍ୟା ପଡ଼ୋଶୀ ଭାବେଶଙ୍କ ସହ ଅନୈତିକ ସଂପର୍କ ରଖିବା ଆରମ୍ଭ କରିଥିଲେ । ଏ ବିଷୟରେ ଜାଣି ମେହୁଲ ମଧ୍ୟ କାବ୍ୟାଙ୍କୁ ଛାଡ଼ପତ୍ର ଦେଇଥିଲେ । ଛାଡ଼ପତ୍ର ପରେ ମୁଁ ତୁମକୁ ବିବାହ କରିବି ବୋଲି ଭାବେଶ କହିଥିବା ବେଳେ ପରେ ବିବାହ କରିବା ପାଇଁ ମନା କରି ଦେଇଥିଲେ । ଏହା ଜାଣି ଅନ୍ୟ କିଛି ବାଟ ନ ପାଇ ପୁଣି ଥରେ ମେହୁଲଙ୍କ ପାଖକୁ ଫେରିବା ପାଇଁ ଗୁହାରି କରିଥିଲେ କାବ୍ୟା ।

ସମ୍ବନ୍ଧିତ ଖବର