କ୍ଷୀର ଦେବାକୁ ଆସିଥିବା ଯୁବତୀଙ୍କୁ କବାଟ କିଳି ଦୁଷ୍କର୍ମ କଲେ ଘରକୁ ଆସିଥିବା ଅତିଥି

ମିର୍ଜାପୁର : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଜଣେ କ୍ଷୀର ବିକ୍ରି କରୁଥିବା ଯୁବତୀ ହୋଇଛନ୍ତି ଦୁଷ୍କର୍ମର ଶିକାର । ପାଖ ଘରକୁ କ୍ଷୀର ଦେବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ କରିଥିଲେ ଦୁଷ୍କର୍ମ । ଏହି ଘଟଣା ଘଟିଛି ମିର୍ଜାପୁର ଜିଲ୍ଲାର କଛ୍‌ଓ୍ଵା ଥାନା ଅନ୍ତର୍ଗତ ଏକ ଗ୍ରାମରେ । ପୁଲିସକୁ ଏ ନେଇ ଏତଲା ଦିଆଯିବାପରେ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇଛି ।

ସୂଚନା ଅନୁଯାୟୀ, କ୍ଷୀରର ବ୍ୟବସାୟ ଥିବାରୁ ୨୫ ବର୍ଷୀୟା ଯୁବତୀ ଜଣଙ୍କ ସଂନ୍ଧ୍ୟା ସମୟରେ ଗ୍ରାମରେ ଥିବା ଏକ ଘରକୁ କ୍ଷୀର ଦେବା ପାଇଁ ଯାଇଥିଲେ । ଘର ଲୋକ କେହି ନାହାନ୍ତି, ତୁମେ କ୍ଷୀର ନେଇ ରୋଷେଇ ଘରେ ରଖିଦିଅ ବୋଲି କିଛି ଦିନ ପୂର୍ବରୁ ସୁରତ୍‌ରୁ ଆସିଥିିବା ଘରର ଜଣେ ଅତିଥି ତାଙ୍କୁ କହିଥିଲେ । ଏହା ପରେ ପୀଡ଼ିତା ଜଣଙ୍କ ରୋଷେଇ ଘରକୁ କ୍ଷୀର ରଖିବାକୁ ଯାଇଥିବା ବେଳେ ଅଭିଯୁକ୍ତଘରର କବାଟ ଭିତରପଟୁ ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଜଣଙ୍କ ଘରକୁ ଫେରି ପରିବାର ଲୋକଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକେ ଏ ନେଇ ପୁଲିସରେ ଏତଲା ଦେଇଥିଲେ ।

ପୀଡ଼ିତାଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, “ମୋ ଝିଅର ମାନସିକ ଅବସ୍ଥା ଖରାପ ଥିବାରୁ ତାର ଶାଶୁ ଘର ଲୋକେ ତାକୁ ଛାଡ଼ି ଦେଇଥିଲେ । ସେହି ଦିନ ଠାରୁ ସେ ଆମ ପାଖରେ ରହି ଆମ କ୍ଷୀର ବିକ୍ରି ବ୍ୟବସାୟରେ ଆମକୁ ସାହାଯ୍ୟ କରୁଥିଲା। ଦିନେ ସଂନ୍ଧ୍ୟାରେ ସଞ୍ଜୟ ମିଶ୍ରଙ୍କ ଘରକୁ କ୍ଷୀର ଦେବାକୁ ଯାଇଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥଲା” । ପୀଡ଼ିତାଙ୍କ ବାପାଙ୍କଠାରୁ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣା ଉପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର