ଲଜ୍ଜା: ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କଲା ଓ୍ଵାର୍ଡବଏ, ଦର୍ଶକ ସାଜିଲା ହୋମଗାର୍ଡ଼

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ପୁଣି ଏକ ଦୁଷ୍କର୍ମର ଖବର ସାମ୍ନାକୁ ଆସିଛି । ଜନୈକା ମହିଳା ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ଆସିଥିବା ବେଳେ ଡାକ୍ତରଖାନାର ଓ୍ଵାର୍ଡ଼ବଏ ତାଙ୍କ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି । ଏହି ସମୟରେ ଡ଼ାକ୍ତରଖାନାର ହୋମଗାର୍ଡ଼ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ମହିଳାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଘଟଣାର ନିରବ ଦର୍ଶକ ସାଜିଥିଲେ । ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଦୁଷ୍କର୍ମକାରୀ ଓ୍ଵାର୍ଡ଼ବଏ ଏବଂ ହୋମଗାର୍ଡ଼କୁ ଗିରଫ କରିଛି। ଅଭିଯୁକ୍ତ ଓ୍ଵାର୍ଡ଼ବଏ ପୁଲିସ୍‌ ନିକଟରେ ନିଜର ଦୋଷ ସ୍ୱୀକାର କରିଥିବା ଜଣା ପଡ଼ିଛି । ଏହି ଘଟଣାଟି ବୁଧବାର ଘଟିଥିବା ବେଳେ ଅଭିଯୋଗ ହେବା ପରେ ଏହା ସାମ୍ନାକୁ ଆସିଛି ।

Outlook India

ସୂଚନା ମୁତାବକ, ମହିଳା ଜଣଙ୍କ ସ୍ୱାମୀଙ୍କ ଦ୍ୱାରା ପ୍ରତାରିତ ହୋଇ ପୁଲିସରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ପୁଲିସ ଷ୍ଟେସନ ଯିବା ପରେ ପୁଲିସ ମହିଳାଙ୍କୁ ଚିକିତ୍ସା ପାଇଁ ଉସ୍‌ମାନିଆ ଜେନେରାଲ ହସ୍ପିଟାଲକୁ ପଠାଇଥିଲା । ସେଠାକୁ ଯାଇ ମହିଳା ଜଣଙ୍କ ନିଜର ଚିକିତ୍ସା କରାଇବା ପରେ ତଳ ମହଲାରେ ଏକ ଚେୟାରରେ ବସିଥିଲେ । ଏହି ସମୟରେ ଓ୍ଵାର୍ଡ଼ବଏ ଆସି ତାଙ୍କୁ ଡ଼ାକ୍ତର ଡ଼ାକୁଛନ୍ତି କହି ଏକ ରୁମ୍‌କୁ ନେଇ ଯାଇଥଲେ । ଯେଉଁଠି ସେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ଓ୍ଵାର୍ଡ଼ବଏଙ୍କ ଏଭଳି କାମ ହୋମଗାର୍ଡ଼ ଜଣଙ୍କ ଦେଖୁଥିଲେ ମଧ୍ୟ ସେ ଓ୍ଵାର୍ଡ଼ବଏଙ୍କୁ ରୋକିବାକୁ ଚେଷ୍ଟା କରି ନଥିଲେ ।

ସମ୍ବନ୍ଧିତ ଖବର