ବାଙ୍ଗ୍‌ଲାଦେଶରେ ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ ମହଙ୍ଗା ପଡ଼ିଲା, ୧୯ବର୍ଷୀୟ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ନୂଆଦିଲ୍ଲୀ : ଅତ୍ୟାଚାର ସହୁଥିଲେ ମଧ୍ୟ କିଛି ସମ୍ମାନକୁ ଜଗି ଏବଂ କିଛି ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଆଗରେ ମୁହଁ ଖୋଲନ୍ତି ନାହିଁ । କିଛି ମହିଳା ନିଜ ସହ ହୋଇଥିବା ଅପରାଧ ପାଇଁ ମୁହଁ ଖୋଲିବାର ସାହାସ ରଖୁଥିବା ବେଳେ ତାଙ୍କ ମୁହଁକୁ ବନ୍ଦ କରି ଦିଆଯାଇଥାଏ । ଯାହା ବାଙ୍ଗାଲାଦେଶରେ ୧୯ବର୍ଷୀୟ ନୁସ୍‌ରତ ଜାହାନ୍‌ ରଫିଙ୍କ ସହ ଘଟିଛି ।

Sadhguru

ସୂଚନା ମୁତାବକ, ମାର୍ଚ୍ଚ ୨୭ରେ ନୁସ୍‌ରତଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ନିଜ କକ୍ଷକୁ ଡ଼ାକି ତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରିବା ଆରମ୍ଭ କରିଥିଲେ । ଅଧିକ କିଛି ହେବା ପୂର୍ବରୁ ନୁସ୍‌ରତ୍‌ ସେଠାରୁ ଦୌଡ଼ି ଚାଲି ଆସିଥିଲେ । ପରେ ଅନ୍ୟମାନଙ୍କ ଭଳି ଚୁପ୍‌ ନ ରହି ସେ ନିଜ ମାତା-ପିତାଙ୍କୁ ଏ ନେଇ ଜଣାଇବା ସହ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ । ଅଭିଯୋଗ ହେବା ପରେ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ କିଛି ଛାତ୍ର ଏବଂ ରାଜନେତାମାନେ ପ୍ରଧାନଶିକ୍ଷକଙ୍କୁୁ ଛାଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ । ଘଟଣାର ୧୧ଦିନ ପରେ ଏପ୍ରିଲ ୬ରେ ନୁସ୍‌ରତ୍‌ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଇଥିବା ବେଳେ ସ୍କୁଲର ଛାତ ଉପରକୁ ଡ଼ାକି ୫ଜଣ ବୁର୍‌ଖା ପିନ୍ଧିଥିବା ଯୁବକ ଅଭିଯୋଗ ଫେରାଇ ଆଣିବାକୁ କହିଥିଲେ । କିନ୍ତୁ ପୀଡ଼ିତା ମନା କରିବାରୁ ସେମାନେ ପୀଡ଼ିତାଙ୍କ ଦେହରେ କିରୋସିନ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଶେଷ ସମୟରେ ବି ପୀଡ଼ିତା ହାର୍‌ ନ ମାନି ନିଜ ପାାଖରେ ଥିବା ଫୋନରେ ଭଏସ୍‌ ରେକର୍ଡ କରି ଅଭିଯୁକ୍ତଙ୍କ ନାଁ କହି ଫୋନକୁ ଦୂରକୁ ଫିଙ୍ଗି ଦେଇଥିଲେ । ଫୋନ ମିଳିଥିବା ବେଳେ ଏବେ ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର