ଟଙ୍କାର ଆବଶ୍ୟକତା ଥିବାରୁ ହ୍ଵାଟ୍‌ସଆପ୍‌ରେ କିଡ୍‍ନି ବିକ୍ରି କରିବା ପାଇଁ ଡାକ୍ତରଙ୍କ ସହ ଡିିଲ୍‌ କଲେ ଯୁବକ, କିନ୍ତୁ…

ବେଙ୍ଗାଲୁରୁ : ହ୍ଵାଟ୍‌ସଆପ୍‌ ଜରିଆରେ ଠକାମିର ଶିକାର ହେବା କିଛି ନୂଆ କଥା ନୁହେଁ । କିନ୍ତୁ ହ୍ଵାଟ୍‌ସ୍‌ଆପ୍‌ରେ କିଡ଼୍‍ନି ବିକ୍ରିର ଡ଼ିଲ୍‌ କରିବା କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୁବକ ହ୍ଵାଟ୍‌ସଆପ୍‌ ମାଧ୍ୟମରେ ନିଜ କିଡ଼୍‍ନି ୧.୬କୋଟିରେ ବିକ୍ରି କରିବା ପାଇଁ ଜଣେ ନାମୀ ଡ଼ାକ୍ତରଙ୍କ ସହ ଡ଼ିଲ୍‌ କରିଥିଲେ । ଏ ନେଇ ସେ ଡ଼ାକ୍ତରଜଣଙ୍କ ହ୍ଵାଟ୍‌ସଆପ୍‌ ଜରିଆରେ ଜଣାଇଥିବା ଠିକଣାରେ ମଧ୍ୟ ନିଜ ଆଧାରକାର୍ଡ଼ ନେଇ ପହଞ୍ଚିଥିଲେ । କିନ୍ତୁ ଦିଆଯାଇଥିବା ଠିକଣାରେ ପହଞ୍ଚିବା ପରେ କେହି ଜଣେ ତାଙ୍କୁ ଠକିଥିବା ଜାଣି ପରିଥିଲେ ଯୁବକ ।

The Star

ସୂଚନା ମୁତାବକ, ଏକ େଓ୍ଵବ୍‌ସାଇଟ୍‌ରୁ ବିଜ୍ଞାପନ ଦେଖି ଯୁବକ ନମ୍ବର ନେବା ସହ ନାଁ ଦିଆଯାଇଥିବା ଡ଼ାକ୍ତରଙ୍କ ସହ ଚାଟ୍‌ କରିଥିଲେ । ଡ଼ାକ୍ତରଜଣଙ୍କ ନିଜ ନାଁ ଅରୁଣ ଡ଼େଭିଡ଼୍‍ ବୋଲି କହିବା ପରେ ୧.୬କୋଟି ଟଙ୍କା ଦେଇ ସେ କିଡ଼୍‍ନି ନେବେ ବୋଲି ସ୍ଥିର ହୋଇଥିଲା । ଏମ୍‌ବି ସୋମଶେଖରଙ୍କୁ ଟଙ୍କାର ଆବଶ୍ୟକତା ଥିବାରୁ ସେ ଡ଼େଭିଡ଼୍‍ଙ୍କ ଡ଼ିଲକୁ ମାନି ବେଙ୍ଗାଲୁରୁରେ ଥିବା କୋଲମ୍ବିଆ ଏସିଆ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେଠାକୁ ଯିବା ପରେ ଡ଼ାକ୍ତର ଡ଼େଭିଡ଼୍‍ଙ୍କ ନାଁ ନେଇ କେହି ତାଙ୍କୁ ଠକିଥିବା ଜାଣି ପାରିଥିଲେ ସୋମଶେଖର । ଅନ୍ୟ ପକ୍ଷରେ ଡ଼ାକ୍ତର ଡ଼େଭିଡ଼୍‍ଙ୍କୁ ଏ ମାମଲା ବିଷୟରେ ଜଣା ପଡ଼ିବା ପରେ ସେ ସାଇବର ପୁଲିସରେ ଏତଲା ଋଜୁ କରି ତଦନ୍ତ କରିବାକୁ କହିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର