ଢାବାକୁ ଖାଇବାକୁ ଯାଇଥିବା ବେଳେ ଯୁବକଙ୍କୁ ଆକ୍ରମଣ!, ହସ୍‌ପିଟାଲରେ ମୃତ୍ୟୁ

ସୋନପୁର: ଢାବାକୁ ଖାଇବାକୁ ଯାଇଥିବା ବେଳେ ଗୁରୁବାର ଅପରାହ୍ଣରେ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ କେହି ଜଣେ ବ୍ୟକ୍ତି ରକ୍ତ ଜୁୁଡୁବୁଡୁ ଅବସ୍ଥାରେ ଆଣି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡ଼ ଯାଇଥିଲା। ହସ୍‌ପିଟାଲ ପରିସରରେ ପହଞ୍ଚିବା ପରେ ଯୁବକଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଶରଧାପଲ୍ଲୀସ୍ଥିତ ଉମା ଢାବାକୁ ଜାମଛାପର ଗାଁର ଯଦୁମଣି ଭୋଇ ଆଜି ଖାଇବାକୁ ଯାଇଥିଲେ। ଯଦୁମଣି ପରେ ଆକ୍ରମଣର ଶିକାର ହୋଇଥିଲେ। କେଉଁ କାରଣରୁ ତାଙ୍କୁ ଆକ୍ରମଣ କରାଯାଇଥିଲା, ସେ ବାବଦରେ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଆକ୍ରମଣକାରୀ ବାବଦରେ ପୁଲିସକୁ କୌଣସି ସୂଚନା ମିଳି ନାହିଁ।

ସମ୍ବନ୍ଧିତ ଖବର