ଗ୍ରାମର ନାମ ଭୁଲ କହିବାରୁ ଯୁବକଙ୍କୁ ପିଟିପିଟି ମାରି ଦେଲେ ଦୁର୍ବୃତ୍ତ

ଜୟପୁର: ରାଜସ୍ଥାନର ଅଲଓ୍ୱର  ଜିଲ୍ଲାରେ ରାମଗଢ଼ ପୁଲିସ ଥାନା ଅନ୍ତର୍ଗତ ବଡୋଦ ଗ୍ରାମରେ ଏକ ଅଦ୍ଭୁତ ଘଟଣା ଘଟିଛି। ଏହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ଯୁବକକୁ ପଡୋଶୀ ଗ୍ରାମର ୬ ଜଣ ଯୁବକପିଟି-ପିଟି ହତ୍ୟା କରିଛନ୍ତି। ଏହି ଯୁବକଙ୍କୁ ଏତେ ଜୋରରେ ପିଟିବାର କାରଣ ଯୁବକ ଜଣକ ଗ୍ରାମର ନାମକୁ ଭୁଲ ଉଚ୍ଚାରଣ କରିଥିଲେ। ଯୁବକଙ୍କୁ ହତ୍ୟା କରିବା ପରେ ଶବକୁ ହସ୍‌ପିଟାଲ୍‌ ଅଣା ଯାଇଥିଲା, ଯେଉଁଠାରେ ପରିବାରବର୍ଗ ଶବ ବ୍ୟବଚ୍ଛେଦ କରିବାକୁ ମନା କରି ଦେଇଥିଲେ।

ପରିବାରବର୍ଗ ଚେତାବନୀ ଦେଇଥିଲେ କି ଯେପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନଯିବ ସେପର୍ଯ୍ୟନ୍ତ ମୃତଦେହକୁ ଏଠାରୁ ନିଆଯିବ ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ବୁଝାସୁଝା କରିବା ପରେ ସେମାନେ ମୃତଦେହ ନେବାକୁ ରାଜି ହୋଇଥିଲେ। ଏହି ମାମଲାରେ ମୃତକଙ୍କ ପିତା ୬ଜଣଙ୍କ ନାମରେ ମାମଲା ରୁଜୁ କରିଛନ୍ତି।

ଏମିତି ଥିଲା ଘଟଣା, ଦ୍ୱିପହର ସମୟରେ ସାମସୁଦ୍ଦିନ୍‌ ଓ ସାହୁନ ଗ୍ରାମର ଏକ ଦୋକାନରେ କୋଲଡଡ୍ରିଙ୍କ ପିଉଥିଲେ। ଥଣ୍ଡା ପିଇବା ପରେ ସାହୁନ ଶୌଚ ପାଇଁ ଚାଲି ଯାଇଥିଲେ। ଏହାପରେ ସରହଟା ଗ୍ରାମର ସାକିର, ତାଲିମ, ବାରିସ ସମସୁଦ୍ଦିନ ଓ ସମ୍ମଲ ଆସି ତାଙ୍କ ବାଇକ୍‌କୁ ଲାତ ମାରି କହିଥିଲେ କି ହରିୟାଣା ନମ୍ବର ଗାଡ଼ି କାହାର। ଏହାପରେ ସାହୁନଙ୍କୁ ମାରପିଟ କରିବା ସହ ତାଙ୍କୁ ଗ୍ରାମର ନାମ ପଚାରିଥିଲେ। ସାହୁନ ଗ୍ରାମର ନାମ ଭୁଲ କହିବାରୁ ଆହୁରି ପିଟିବା ଆରମ୍ଭ କରି ଦେଇଥିଲେ। ସାହୁନର ସାଙ୍ଗ ସମସୁଦ୍ଦିନ୍‌ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର