ଫୋନରେ କଥା ହେବା ପାଇଁ ମନା କରିବାରୁ ଘରେ ପଶି ଛାତ୍ରୀଙ୍କୁ ଜିଅନ୍ତା ଜାଳିଲେ ଦୁର୍ବୃତ୍ତ

ମେରଠ : ଉତ୍ତରପ୍ରଦେଶର ମେରଠ୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । କଥା ହେବା ପାଇଁ ମନା କରିବାରୁ ଜଣେ ଯୁବକ ନିଜର କିଛି ସାଙ୍ଗଙ୍କ ସହ ମିଶି ଜଣେ ଛାତ୍ରୀଙ୍କ ଘରେ ପଶିବା ସହ ତାଙ୍କୁ ଜିଅନ୍ତା ଜାଳି ଦେଇଛି । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ୫ଜଣଙ୍କୁ ଖୋଜିବା ଆରମ୍ଭ କରିଛି ।

ସୂଚନା ମୁତାବକ, ପୀଡ଼ିତା କୋଚିଙ୍ଗ ସେଣ୍ଟର ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ରାସ୍ତାରେ ଅଟକାଇବା ସହ ତାଙ୍କୁ ଏକ ଫୋନ ଦେଇଥିଲେ । ଏହା ସହ ରାତିରେ ମୁଁ ଫୋନ କରିବି ବୋଲି କହିଥିଲା । ପୀଡ଼ିତା ଗୁରୁବାର ସଂନ୍ଧ୍ୟାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁ ଜଣାଇବା ସହ ଅଭିଯୁକ୍ତଜଣଙ୍କ ଦେଇଥିବା ଫୋନ ମଧ୍ୟ ଦେଇଥିଲେ । ଅଭିଯୁକ୍ତ ରାତିରେ ଫୋନ କରିବା ପରେ ପୀଡ଼ିତାଙ୍କ ବାପା ଫୋନ ଉଠାଇ ଅଭିଯୁକ୍ତଙ୍କୁ ଗାଳି କରିଥିଲେ । ଏହା ସହ ଅଭିଯୁକ୍ତ ଏଭଳି କାମ ଯେମିତି ଆଗକୁ ନ କରନ୍ତୁ ସେଥିପାଇଁ ପୀଡ଼ିତାଙ୍କ ବାପା ଅଭିଯୁକ୍ତଙ୍କ ଘରେ ଯାଇ ଏ ବିଷୟରେ ଜଣାଇବା ସହ ଏହାର ସମାଧାନର ବାଟ ବାହାର କରିବାକୁ ଚେଷ୍ଟା କରିଥିଲେ ।

Indiatimes.com

ଅନ୍ୟ ପକ୍ଷରେ ଅଭିଯୁକ୍ତ ପୀଡ଼ିତାଙ୍କ ବାପାଙ୍କ ଏଭଳି କାମରେ ରାଗି ଯାଇ ନିଜର ଅନ୍ୟ ୫ଜଣ ସାଙ୍ଗକୁ ନେଇ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା । ଘରେ କେହି ନଥିବାରୁ ୬ଜଣ ମିଶି ପୀଡ଼ିତାଙ୍କ ଉପରେ କିରୋସିନ ଢ଼ାଳିବା ସହ ନିଆଁ ଲଗାଇ ସେଠାରୁ ଚାଲି ଯାଇଥିଲେ । ଏ ଘଟଣା ପରେ ପୀଡ଼ିତାଙ୍କ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର