ଖମ୍ଭ ଉପରେ ଚଢ଼ି ଯୁବକଙ୍କ ହାଏଭୋଲଟେଜ ଡ୍ରାମା ! ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ନ ହେବା ପର୍ଯ୍ୟନ୍ତ ଓହ୍ଲାଇବି ନାହିଁ

ପ୍ରୟାଗରାଜ: ଆପଣ ଏଯାବତ ପାଗଳପ୍ରେମୀ ଓ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରି ଲୋକମାନଙ୍କୁ ଖମ୍ଭ ଉପର ଚଢ଼ି ଯାଇ ଡ୍ରାମା କରୁଥିବାର ଘଟଣା ଦେଖିଛନ୍ତି। କିନ୍ତୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ସୋମବାର ରାତିରେ ଏମିତି କିଛି ଘଟଣା ଘଟିଥିଲା ଯେଉଁଥି ଲାଗି ପୁଲିସ ପ୍ରଶାସନଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଯୁବକ ହାତରେ ପତକା ଧରି ଯମୁନା ନଦୀ ପୋଲର ଖମ୍ଭ ଉପରେ ଚଢ଼ି ଯାଇଥିଲା। ଯେମିତି ଲୋକମାନେ ଏହି ଖବର ପାଇଲେ ଘଟଣାସ୍ଥଳରେ ଭିଡ ଜମି ଯାଇଥିଲା। ପୁଲିସ ବି ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲା, କିନ୍ତୁ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲା।

ସେ ଲୁହାରେ ବନ୍ଧା ଥିବା ଏକ କାଗଜ ଫର୍ଦ୍ଦରେ କିଛି ଲେଖି ପୁଲିସ ପାଖକୁ ପଠାଇଥିଲା। ଯେଉଁଥିରେ ଲେଖାଥିଲା କି ଯେପର୍ଯ୍ୟନ୍ତ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ନହୁଏ, ସେ ପର୍ଯ୍ୟନ୍ତ ସେ ସେହିଠାରେ ହିଁ ରହି ଚନ୍ଦ୍ର ଦେବତାଙ୍କୁ ପ୍ରାର୍ଥନା କରିବ।

ସମ୍ବନ୍ଧିତ ଖବର