‘ମହାଦେବ, ଦୟାକରି ମୋ ଶରୀରକୁ କୁଆଡ଼େ ବି ପଠାଇବେ ନାହିଁ’ ବୋଲି ‌ଦେହରେ ଲେଖି ଆତ୍ମହତ୍ୟା କଲେ ଯୁବକ

ବାରଣାସୀ: କେରଳରୁ ବାରଣାସୀକୁ ବୁଲିବା ପାଇଁ ଆସିଥିବା ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକ ଜଣଙ୍କ ଆତ୍ମହତ୍ୟା ପୂର୍ବରୁ ନିଜ ଶରୀରରେ ‌ଯାହା ଲେଖିଥିଲେ, ତାହା ସମସ୍ତଙ୍କୁ ‌ଆଶ୍ଚର୍ଯ୍ୟ କରିଛି। ମହାଦେବ, ଦୟାକରି ମୋ ଶରୀରକୁ କୁଆଡ଼େ ବି ପଠାଇବେ ନାହିଁ ବୋଲି ଲେଖି ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ପୁଅର ଏଭଳି କାମ ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ପୁଲିସକୁ ‌ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପାଖରୁ ଗଞ୍ଜେଇ, ସିଗାରେଟ୍ ଓ କିଛି ଟଙ୍କା ଜବତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାଟି ବାରଣାସୀର ହୌଜ୍ କଟୋରା ଅଞ୍ଚଳରେ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟା ପଛର ପ୍ରକୃତ କାରଣ ସାମ୍ନାକୁ ଆସି ନାହିଁ।

Related image
112.international

ପରିବାର ଲୋକଙ୍କ କହିବା ମୁତାବକ, ଯୁବକଜଣଙ୍କ ଜାନୁଆରି ୮ରେ କେରଳରୁ ବାରଣାସୀରେ ଆସି ପହଞ୍ଚିଥିଲେ। ବାରଣାସୀରେ ଥିବା ସବୁ ମନ୍ଦିର ବୁଲି ଘରକୁ ଫେରିବାର ଯୋଜନା ଥିବା ବେଳେ ପୁଅ କ’ଣ ପାଇଁ ହଠାତ୍ ଏଭଳି ପଦକ୍ଷେପ ନେଲା, ତାହା ଏବେ ପରିବାର ଲୋକଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଛି। ମୃତ ଯୁବକ ବିବାହିତ ଏବଂ ତାଙ୍କର ୬ମାସର ଝିଅ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର