ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡ

ଭୁବନେଶ୍ବର : ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ଦୁଷ୍କର୍ମକାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ସଦରଥାନା କାଇମାଟିଆ ଗ୍ରାମର ସଞ୍ଜୟ ଭୋଇ। ତାକୁ ଏହି କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଆହୁରି ଅଧିକ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ଆଦେଶ ଦିଆଯାଇଛି। ୧୧ଜଣ ସାକ୍ଷୀଙ୍କ ବୟାନ ଓ ୨୮ ଦସ୍ତାବିଜ୍‌କୁ ଆଧାର କରି ଏହି ଦଣ୍ଡାଦେଶ ହୋଇଛି।

ସୂଚନାଯୋଗ୍ୟ, କାଇମାଟିଆ ଗ୍ରାମ‌ରେ ଗତ ୨୦୧୭ ମେ’ ୧ ତାରିଖରେ ଏହି ଅଘଟଣ ଘଟିଥିଲା। ଗ୍ରାମରେ ଚାଲିଥିବା ‘ରାମଲୀଳା’ ଦେଖିବା ପାଇଁ ଅଭିଯୁକ୍ତ ସଞ୍ଜୟ ଆସିଥିଲା। ଏହି ପଡ଼ିଆରେ ନାବାଳିକାର ବାପା ଏକ ପାନ ଦୋକାନ କରିଥିଲେ। ନାବାଳିକା ଜଣକ ବାପାଙ୍କ ପାନ ଦୋକାନକୁ ଯାଉଥିବା ବେଳେ ସଞ୍ଜୟ ତାକୁ ଭୁଲାଇ ନେଇଥିଲା। ବାଟରେ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ବାପାକୁ ସମସ୍ତ ଘଟଣା କହିଥିଲା। ଘଟଣା ସମ୍ପର୍କରେ ବାପା ପୁଲିସରେ କହିବା ପରେ ତଦନ୍ତ ଆରମ୍ଭ ‌େହାଇଥିଲା। ଖୋର୍ଦ୍ଧା ସଦର ପୁଲିସ ଦୁଷ୍କର୍ମ ଓ ପୋକ୍ସା ଆଇନ ବଳରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଏବେ ଜେଲ୍‌ରେ ରହିଛି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର