ଲିଙ୍ଗ ବଦଳାଇବାକୁ ଚାହୁଁଥିଲେ ଯୁବକ, ଘରେ ରାଜି ନ ହେବାରୁ କଲେ ଆତ୍ମହତ୍ୟା

ଚେନ୍ନାଇ : ତାମିଲନାଡୁରେ ଜଣେ ୨୧ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ସର୍ଜରୀ କରି ନିଜର ଲିଙ୍ଗ ବଦଳାଇବା ପାଇଁ ଚାହୁଁଥିଲେ ଯୁବକ । କିନ୍ତୁ ତାଙ୍କ ବାପା ରାଜି ନ ହେବାରୁ ସେ ଅନ୍ୟ କିଛି ବାଟ ନ ପାଇଁ ଆତ୍ମହତ୍ୟା କରିଥିବା କହିଛି ପୁଲିସ ।

navbharattimes.indiatimes.com

ପୁଲିସ ଦେଇଥିବା ସୂଚନା ମୁତାବକ, ବିରୁଗମ୍ବକ୍କମରେ ରହୁଥିବା ଗଜେନ୍ଦ୍ରଙ୍କ ୨୧ବର୍ଷୀୟ ପୁଅ ପାର୍ଥସାରଥୀ ବିସିଏ  ପଢ଼ିବା ପରେ ଚାକିରି ନ କରି ଘରେ ବସି ରହିଥିଲେ । ଘରେ ଚାପ ପକାଇବା ପରେ ମଧ୍ୟ ପାର୍ଥସାରଥୀ ଚାକିରି କରିବାକୁ ରାଜି ହୋଇ ନଥିଲେ । ଧିରେ ଧିରେ ନିଜକୁ ଘରେ ବନ୍ଦ କରିଦେବା ସହ ସାଙ୍ଗମାନଙ୍କ ସହ ମିଶିବା ମଧ୍ୟ ବନ୍ଦ କରି ଦେଇଥିଲେ । ପରେ ପାର୍ଥସାରଥୀ ନିଜର ଲିଙ୍ଗ ପରିବର୍ତ୍ତନ କରିବା କଥା କହିବା ପରେ ଘରେ ରାଜି ନ ହେବାରୁ ସେ ଘର ଛାଡ଼ି ଦେଇଥିଲେ । ଶୁକ୍ରବାର ପାର୍ଥସାରଥୀଙ୍କ ବାପା ତାଙ୍କୁ ଆଣିବା ପାଇଁ ପହଞ୍ଚିବା ପରେ ସେ ଲିଙ୍ଗ ପରିବର୍ତ୍ତନ କରିବା ପରେ ଘରକୁ ଯିବି ବୋଲି ସର୍ତ୍ତ ରଖିଥିଲେ । କିନ୍ତୁ ପାର୍ଥସାରଥୀଙ୍କ ସର୍ତ୍ତରେ ରାଜି ନ ହୋଇ ସେଠାରୁ ଚାଲି ଆସିଥିଲେ ଗଜେନ୍ଦ୍ର। । ଏହା ପରେ ରାଗରେ ପାର୍ଥସାରଥୀ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର