ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ଜେଲ୍‌ ଗଲା ବିବାହିତ ଯୁବକ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେବା ଅଭିଯୋଗରେ ଅଟକ ଥିବା ଶଶାଙ୍କ ଶେଖର ମହନ୍ତ ଜେଲ୍‌ ଯାଇଛି। ଆଜି ତାକୁ ସହିଦନଗର ଥାନା କୋର୍ଟ ଚାଲାଣ କରିବା ପରେ କୋର୍ଟଙ୍କ ଆଦେଶ କ୍ରମେ ଝାରପଡ଼ା ଦଜଲ୍‌କୁ ପଠାଇ ଦିଆଯାଇଛି। ଶଶାଙ୍କ ପୂର୍ବରୁ ବିବାହ କରିଥିବା ଏବଂ ତାଙ୍କର ଗୋଟିଏ ସନ୍ତାନ ଥିବା ସତ୍ତ୍ବେ ଗୋଟିଏ ବର୍ଷ ହେଲା ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲା। ଏପରିକି ସେହି ଯୁବତୀଙ୍କୁ ମନ୍ଦିରରେ ବିବାହ ବି କରିଥିଲା। ଶଶାଙ୍କର ପୂର୍ବ ବିବାହ କଥା ଜାଣିବା ପରେ ଦ୍ବିତୀୟ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶଶାଙ୍କକୁ ଗିରଫ କରିଥିଲା। ଏହାକୁ ନେଇ ଦୁଇ ଦିନ ତଳେ ପ୍ରଥମ ଓ ଦ୍ବିତୀୟ ପତ୍ନୀଙ୍କ ମଧ୍ୟରେ ଥାନାରେ ଝଗଡା ଲାଗିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର