Daily Archives

November 2, 2017

ଅପହୃତ ଯୁବକଙ୍କୁ ହତ୍ୟା : ତିନି ଦିନ ପରେ ମିଳିଲା ଶବ

ଶେରଗଡ଼ : ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ରୁଗୁମୁ ଗ୍ରାମର ମିଥୁନ୍‌ ସ୍ୱାଇଁ (୨୫) ନାମକ ଜଣେ ଯୁବକଙ୍କୁ ତିନି ଦିନ ପୂର୍ବେ ଅପହରଣ କରା ଯାଇଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ତାଙ୍କ ଗଳିତ ଶବ ଶେରଗଡ଼-ସେରାଙ୍କୁଡ଼ା ରାସ୍ତା ପାର୍ଶ୍ୱ ଏକ ନାଳରୁ ମିଳିଛି। ତାଙ୍କ ଶରୀରର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସବ ପରେ ମହିଳାଙ୍କ ମୃତ୍ୟୁ

ମହାକାଳପଡ଼ା : ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଆଶାକର୍ମୀ ଏହି ମହିଳାଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତ୍ତେ ନର୍ସିଂହୋମ୍‌ରେ ଭର୍ତ୍ତି କରାଇବାରୁ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଜଣେ ଗୁରୁତର

ରାଉରକେଲା : ବିଶ୍ରା ବ୍ଲକ ଜରେଇକେଲା ପଞ୍ଚାୟତ କୁଣ୍ଡାପୋଷ ଗାଁରେ ହାତୀ ଆକ୍ରମଣରେ ସୌରଭ ସାହୁ (୩୫) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗାଁକୁ ପଶି ଆସିଥିବା ହାତୀପଲକୁ ଘଉଡ଼ାଇବାକୁ ଯାଇଥିବା ବେଳେ ଏ ଅଘଟଣ ଘଟିଛି। ଗୁରୁତର ଯୁବକଙ୍କୁ ଗାଁ ଲୋକେ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ବର୍ଷକ ପରେ ଧରାପଡିଲା ଦୁଷ୍କର୍ମ ଅଭିଯୁକ୍ତ

ମାଲକାନଗିରି : ଜଣେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ବର୍ଷକ ପରେ ଧରିଛି ପୁଲିସ। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ରହି ପୁଲିସକୁ ଚକ୍‌ମା ଦେଖାଇ ଫେରାର ରହିଥିବା ଧରମୁ ଜିରମଙ୍କୁ ଗିରଫ କରି ଆଣିବା ପାଇଁ ପୁଲିସ ୪ଟି ଟିମ୍‌ ଗଠନ କରିଥିଲା। ଧରମୁର ଘରୁ ପୁଲିସ ୬ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

୧୦ ଗିରଫ, ପୁଅବୋହୂ ମୁଖ୍ୟ ଅଭିଯୁକ୍ତ

ରାସଗୋବିନ୍ଦପୁର/ମାଣିଦା : ଡାଆଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୁଲିସ। ଏହି ମାମଲାରେ ଅଭିଯୋଗକାରୀ ପୁଅ ଓ ବୋହୂ ହିଁ ମୁଖ୍ୟ ଅଭିଯୁକ୍ତ। ବୋହୂ ସମେତ ମୋଟ ୧୦ ଜଣଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

ପୁଣି ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

ସମ୍ବଲପୁର : ଜିଲ୍ଲାରେ ଚକଡ଼ା ପୋକ ଯୋଗୁଁ ୫୩୪ ଗାଁର ୫୬୫୮ ହେକ୍ଟର ଫସଲ ନଷ୍ଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଧନକଉଡ଼ା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି। ୧୯ଟି ପଞ୍ଚାୟତ ୮୩ ଗାଁର ୩୪୬୮ ଜମି ଏଥିରେ ଆକ୍ରାନ୍ତ ହୋଇଛି। ଅପରପକ୍ଷରେ ଚକଡ଼ା ଚଡ଼କ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନେ…
ଅଧିକ ଖବର ଦେଖନ୍ତୁ...

କ୍ଷତିପୂରଣ ଦାବିରେ ୭ ଘଣ୍ଟା ଏନଏଚ ଅବରୋଧ 

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ମେହେରପଡାଠାରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ୨ ଜଣ ଶିଶୁ ଛାତ୍ର (୫ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସୀମାନ୍ତ କୁଦୋପାଲି ଗ୍ରାମର ବୁଦ୍ଧଦେବ ପଧାନ ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟାରେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର-ଚାନ୍ଦିପୁର ରାସ୍ତା ୬ ଘଣ୍ଟା ଅବରୋଧ 

ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କା, ୨୪ ଘଣ୍ଟା ପରେ ହେଲା ଶବ ବ୍ୟବଚ୍ଛେଦ ଚାନ୍ଦିପୁର : ଚାନ୍ଦିପୁର ଆଇଟିଆର ପରିସରରେ ଗତକାଲି ବିଦ୍ୟୁତ୍‌ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆଜି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଝାମ୍ପ୍‌ରା ହାଟ ନିକଟରେ…
ଅଧିକ ଖବର ଦେଖନ୍ତୁ...

ସିଆର୍‌ପିଏଫ୍‌ ଗାଡ଼ିକୁ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ସିଆର୍‌ପିଏଫ୍‌ ୯୬ ବାଟାଲିଅନ୍‌ର ୬ଟି ବସ୍‌ ମଟ୍ଟନ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆତଙ୍କବାଦୀମାନେ ବସ୍‌…
ଅଧିକ ଖବର ଦେଖନ୍ତୁ...

ଏନ୍‌ଟିପିସି ବିସ୍ଫୋରଣ ମୃତ୍ୟୁ ୨୬ ହେଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲିରେ ଗତକାଲି ଏନ୍‌ଟିପିସି ପାଓ୍ଵାର ପ୍ଲାଣ୍ଟ୍‌ରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୃତକଙ୍କ ପରିବାରକୁୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରଛନ୍ତି। ସେହିପରି…
ଅଧିକ ଖବର ଦେଖନ୍ତୁ...