Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

December 6, 2017

ଦାନ କିଣିଲେ ବାଇକ୍‌

ଭବାନୀପାଟଣା : ଦାନ ମାଝୀ ଏବେ ପୁଣି ଚର୍ଚ୍ଚାରେ। ଡାକ୍ତରଖାନାରେ ଗାଡ଼ିଟିଏ ନପାଇ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା ଦାନ ଏବେ ନିଜ ପାଇଁ ବାଇକ୍‌ ଟିଏ କିଣିଛନ୍ତି। ପତ୍ନୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ପରେ ତାଙ୍କ ଶବ କାନ୍ଧରେ ବୋହି ନେଇ ଚର୍ଚ୍ଚିତ ହୋଇଥିବା ଦାନ ମାଝୀ ଅଲମତିଙ୍କୁ ତୃତୀୟ…
ଅଧିକ ଖବର ଦେଖନ୍ତୁ...

‘ଦ ସାଇଲେନ୍‌ସ ବ୍ରେକର୍ସ’ ଟାଇମ୍‌ସ ପର୍ସନ ଅଫ୍‌ ଦି ଇୟର

ଓ୍ଵାସିଂଟନ: ଟାଇମ୍‌ ମ୍ୟାଗାଜିନ ଆଜି ‘ପର୍ସନ ଅଫ୍‌ ଦି ଇୟର୍‌-୨୦୧୭’ ଘୋଷଣା କରିଛି। ‘ଦ ସାଇଲେନ୍‌ସ ବ୍ରେକର୍ସ’ ଟାଇମ୍‌ ପର୍ସନ ଅଫ୍‌ ଦି ଇୟର ବିବେଚିତ ହୋଇଛି। ଏହା କୌଣସି ବ୍ୟକ୍ତି ନୁହେଁ, ଏହା ଏକ ଆନ୍ଦୋଳନର ନାମ। ଏହି ଆନ୍ଦୋଳନ ମାଧ୍ୟମରେ ମହିଳା ଓ ପୁରୁଷମାନେ ସେମାନଙ୍କ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରୁ ମୁକୁଳିଲେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି

ବାରିପଦା : ଝାରପଡ଼ା ଜେଲ୍‌ରେ ଥିବା ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ମୁକୁଳିଛନ୍ତି। ଭୁବନେଶ୍ୱର ଜିଲ୍ଲା ସେସନ୍‌ସ ଜଜ୍‌ କୋର୍ଟ ତାଙ୍କୁ ଜାମିନ୍‌ରେ ମୁକ୍ତ କରିଛନ୍ତି। ଜେଲ୍‌ରୁ ମୁକ୍ତ ହେବାପରେ ସେ ଭୁବନେଶ୍ୱରରେ ଅଛନ୍ତି। ଆସନ୍ତାକାଲି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ପୀଡ଼ିତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ ଆବଶ୍ୟକ ନାହିଁ

କଟକ : ବ୍ରହ୍ମପୁର ଏସିଡ୍‌ ମାଡ଼ ଘଟଣାର ପୀଡ଼ିତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀର ଆବଶ୍ୟକତା ନାହିଁ। ଏସିଡ୍‌ ମାଡ଼ ପରେ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। କେବଳ ଆଖି ଓ ହାତରେ ସାମାନ୍ୟ ଗଭୀର କ୍ଷତ ହୋଇଛି। ମୁହଁର ସର୍ଜରୀ ଆବଶ୍ୟକତା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଙ୍କେତ…
ଅଧିକ ଖବର ଦେଖନ୍ତୁ...

କୁଞ୍ଜାପାଲି ଗ୍ରାମ୍ୟ ଜଙ୍ଗଲରେ ହାତୀ ପଲ, ଗ୍ରାମବାସୀ ଆତଙ୍କିତ

ଉଲୁଣ୍ଡା : ରେଢ଼ାଖୋଲ ଜଙ୍ଗଲରୁ କିଛିଦିନ ହେଲା ୧୦ଟି ହାତୀ ଆସି ବୀରମହାରାଜପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏଥିଯୋଗୁଁ ଗ୍ରାମବାସୀଙ୍କ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ହାତୀ ପଲ ରଜାବନ୍ଧ ଦେଇ ଝାଙ୍କରପାଲି, ଉଫୁଲା ଗାଁ ନିକଟରେ ଥିବା ଫାର୍ମ ହାଉସ ପାଚେରି ଭାଙ୍ଗି ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣାରେ ଦୁଇ ଭାଇ ମୃତ

ରେଢ଼ାଖୋଲ : ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ରେଢ଼ାଖୋଲ ପୁଲିସ୍‌ ଉଭୟ ଶବକୁ ଜବତ କରିଛି। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ବାଇକ୍‌ରେ ଯାଉଥିବା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସଂଜାମୁରା ବଙ୍କାପଲସା ଗାଁର ରଂଜନ ମିର୍ଧା (୩୦) ଓ ସୁମନ୍ତ ମିର୍ଧା (୩୫) ଉଭୟ ସଂପର୍କୀୟ ଭାଇ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ମା’-ଝିଅ ମୃତ

ତିର୍ତ୍ତୋଲ : କଟକ-ପାରାଦୀପ ରାସ୍ତାରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମା’ ଝିଅ ପ୍ରାଣ ହରାଇଛନ୍ତି। ଜଣେ ସମ୍ପର୍କୀୟ ପୁତୁରାଙ୍କ ସହିତ ଦୁଇଜଣ ବାଇକ୍‌ ଯୋଗେ ବନ୍ଧୁଘରକୁ ଯାଉଥିଲେ। ବନ୍ଧୁଘରେ ପହଞ୍ଚବା ପୂର୍ବରୁ ଦୁହେଁ ଆରପାରିକି ଚାଲିଯାଇଛନ୍ତି । ସନ୍ଧ୍ୟା ସମୟରେ…
ଅଧିକ ଖବର ଦେଖନ୍ତୁ...

ସେନାକୁ ରାଜନୀତିରୁ ଦୂରରେ ରଖିବା ଅପରିହାର୍ଯ୍ୟ: ରାଓ୍ଵତ

ନୂଆଦିଲ୍ଲୀ, : ସେନାକୁ ନେଇ ରାଜନୀତିକରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ସେନାକୁ ରାଜନୀତିଠାରୁ ଦୁରରେ ରଖିବା ଅପରିହାର୍ଯ୍ୟ ବୋଲି ସେନା ମୁଖ୍ୟ ବିପିନ ରାଓ୍ଵତ କହିଛନ୍ତି। ଆମେ ଏକ ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ରରେ ରହୁଛେ, ତେଣୁ ଏଠାରେ ସେନା ରାଜନୀତିର ପରିସର…
ଅଧିକ ଖବର ଦେଖନ୍ତୁ...

ବ୍ରିଟିସ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କୁ ହତ୍ୟା ଉଦ୍ୟମ ପଣ୍ଡ

ଅହମଦାବାଦ୍‌: ବ୍ରିଟିସ ପ୍ରଧାନମନ୍ତ୍ରୀ ଥେରେସା ମେ’ ଏବେ ବିପଦରେ। ଥେରେସା ମେ’ଙ୍କୁ ହତ୍ୟା କରିବା ପାଇଁ ଆତଙ୍କବାଦୀ ସଂଗଠନ ଇସ୍‌୍‌ଲାମିକ ଷ୍ଟେଟ୍‌ର ଏକ ପ୍ରୟାସକୁ ବ୍ରିଟିସ ଗୁଇନ୍ଦା ବିଭାଗ ପଣ୍ଡ କରିଦେଇଛି। ୨ ଜଣ ଆଇଏସ୍‌ ଆତଙ୍କବାଦୀ ଥେରେସାଙ୍କୁ ହତ୍ୟା କରିବା ପାଇଁ ଚୂଡ଼ାନ୍ତ ଯୋଜନା…
ଅଧିକ ଖବର ଦେଖନ୍ତୁ...

ବାବ୍ରି ମସ୍‌ଜିଦ ଭଙ୍ଗା ବାର୍ଷିକୀ: ଅଯୋଧ୍ୟାରେ କଡ଼ା ସୁରକ୍ଷା

ଅହମଦାବାଦ୍‌: ବାବ୍ରି ମସ୍‌ଜିଦ ଭଙ୍ଗାଯିବା ଘଟଣାର ଆଜି ୨୫ ବର୍ଷ ପୂର୍ତ୍ତି ହୋଇଛି। ଏନେଇ ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶ ସହ ସମସ୍ତ ରାଜ୍ୟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିବାପରେ ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ…
ଅଧିକ ଖବର ଦେଖନ୍ତୁ...