Daily Archives

February 1, 2018

୪ରେ ଜାଭେରିଆନ୍‌ ଭାଇବ୍ରାନ୍ସ

କଟକ : ଫେବ୍ରୁଆରି ୪ ତାରିଖରେ ଭୁବନେଶ୍ୱର ପଟିଆସ୍ଥିତ ଲା-ଲାନ୍‌ସ ପରିସରରେ ସେଣ୍ଟ ଜାଭିୟର୍ସ ଓ କ୍ରିଷ୍ଣମୂର୍ତ୍ତି ଓ୍ଵାର୍ଲଡ ସ୍କୁଲର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା ‘ଜାଭେରିଆନ୍‌ ଭାଇବ୍ରାନ୍ସ-୨୦୧୮’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ କଟକ, ଭୁବନେଶ୍ୱର, ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ଭଇଁଷାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦମ୍ପତି ମୃତ, ୭ ଗୁରୁତର 

ପାଟଣାଗଡ଼ : ବଲାଙ୍ଗୀର- ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଥିବା ଭଇଁଷା କଲେଜ ଛକ ନିକଟ ବୁଲାଣିଠାରେ ଗୁରୁବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ପିକ୍‌ଅପ୍‌ ଭ୍ୟାନ୍‌ ଓ ବାଇକ୍‌ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ହଂକଂରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ବୋମା ଗତକାଲି ହଂକଂରେ ଠାବ ହେବାପରେ ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ  ଆତଙ୍କ ଖେଳିଯାଇଛି। ବୋମାକୁ ନିଷ୍କ୍ରିୟ କରିବା ପାଇଁ ୪୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଏବଂ ବିଶେଷଜ୍ଞମାନେ ଏହି ବୋମାକୁ ଏବେ ନିଷ୍କ୍ରିୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାଭାବିକ ହେଉଛି କାସଗଞ୍ଜ

ଲକ୍ଷ୍ନୌ: ଦୀର୍ଘ ଏକ ସପ୍ତାହ ଧରି କାଁ ଭାଁ ହିଂସାକୁ ସାମନା କରୁଥିବା ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ଆଜି ନିରବତା ରାଜୁତି କରିଛି। ସହରର ବାଟେ ଘାଟେ ସବୁଠି ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପଇଁତରା ଜାରି ରହିଥିବା ବେଳେ ସାରା ଇଲାକା ସତେ ଯେମିତି ଏକ ନିସ୍ତବ୍ଧ ଦୁର୍ଗ ପାଲଟିଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଛୁଆର ତଣ୍ଟି କାଟି ମାଆର ଆତ୍ମହତ୍ୟା ଉଦ୍ୟମ

ବନ୍ତ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଞ୍ଚାୟତର ଚଣ୍ଡିପୁର ଗ୍ରାମର ସୁଶାନ୍ତ ଜେନାଙ୍କ ସ୍ତ୍ରୀ ସୁଭଦ୍ରା (୨୩) ଆଜି ସନ୍ଧ୍ୟାରେ ନିଜ ତିନି ମାସର ପୁଅର ତଣ୍ଟି କାଟି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ଘରେ ନ ଥିବା ବେଳେ ସୁଭଦ୍ରା ଏକ ଧାରୁଆ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହ ପାକ୍‌ ମନ୍ତ୍ରୀଙ୍କୁ ହତ୍ୟା

ଇସଲାମାବାଦ: ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ବରିଷ୍ଠ ନେତା ତଥା ସିନ୍ଧ୍‌ର ଯୋଜନା ଏବଂ ବିକାଶ ମନ୍ତ୍ରୀ ଥିବା ମିର୍‌ ହଜାର ଖାନ୍‌ ବିଜରାନିି ଏବଂ ତାଙ୍କ ପତ୍ନୀ ଫରିହା ରଜାକ୍‌ଙ୍କୁ ହତ୍ୟା କରାଯାଇଛି। କରାଚି ସ୍ଥିତ ତାଙ୍କ ବାସଭବନରୁ ଉଭୟଙ୍କ ଶବ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର…
ଅଧିକ ଖବର ଦେଖନ୍ତୁ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ

ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ପୀଡ଼ିତା, ପରିବାର ବାଲିକୁଦା : ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଏମିତିକି ପୀଡ଼ିତା ଓ ପରିବାର ଲୋକେ ନ୍ୟାୟ ପାଇଁ ଆଜି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ମାତ୍ର ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

ବୀରଭଦ୍ରଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲେ ଇଡି

ନୂଆଦିଲ୍ଲୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଏବଂ ତାଙ୍କ ପତ୍ନୀ ପ୍ରତିଭା ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ବିଛାଖଣ୍ଡିରେ ପ୍ରବଳ ଉତ୍ତେଜନା : ସୁପରଭାଇଜରଙ୍କୁ ଗୋଡ଼େଇ ହାଣିଲେ

କବାଟବନ୍ଧ : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରେ ପୁଣି ଏକ ଅଘଟଣ ଘଟିଛି। ଜଣେ ଠିକାଦାରଙ୍କ ସୁପରଭାଇଜରଙ୍କୁ କେତେକ ପଥର ମାଫିଆ ବିଚ୍‌ ରାସ୍ତାରେ ଗୋଡ଼େଇଗୋଡ଼େଇ ହାଣିଛନ୍ତି। ତାଙ୍କୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ କଟକ ବଡ଼ମେଡ଼ିକାଲକୁ ପଠାଇ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ସୁକି’ଙ୍କ ଘର ଉପରକୁ ବୋମାମାଡ଼

ନୂଆଦିଲ୍ଲୀ: ମିଅାଁମାର ରାଷ୍ଟ୍ରମୁଖ୍ୟ ଅଙ୍ଗ ସାନ ସୁକି’ଙ୍କ ଲେକ୍‌ସାଇଡ୍‌ ୟାଙ୍ଗନ୍‌ ବାସଗୃହ ପରିସରକୁ ଆଜି ଏକ ବୋମା ନିକ୍ଷେପ କରାଯାଇଥିଲା। ମିଅାଁମାର ସରକାରର ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ ଗତକାଲି ବୋମା ମାଡ଼ ସମୟରେ ସୁକି ଅନ୍ୟତ୍ର ଥିଲେ। କିନ୍ତୁ ଏହା ଏକ ପେଟ୍ରୋଲ୍‌ ବୋମା ଥିଲା…
ଅଧିକ ଖବର ଦେଖନ୍ତୁ...