ପାହାଡ ଉପରୁ ନାବାଳିକାର ମୃତଦେହ ଉଦ୍ଧାର

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ଥାନା ବିନ୍ଧ୍ୟବାସିନୀ ପାହାଡରୁ ଶନିବାର ଅପରାହ୍ନରେ ଜଣେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।

ସୂଚନାଯୋଗ୍ୟ, ଗତ ୬ଦିନ ତଳେ ଘରୁ ଉକ୍ତ ନାବାଳିକା ଜଣକ କେଉଁଆଡେ ଚାଲି ଯାଇଥିବା ନେଇ ଗତ ଶୁକ୍ରବାର ପରିବାରଲୋକେ ଥାନାରେ ଏତଲା କରିଥିଲେ। ତେବେ ପାହାଡ ଉପରୁ ନାବାଳିକାର ମୃତଦେହ ମିଳିବା ପରେ ଉକ୍ତ ନାବାଳିକା ମା’ କହିଥିଲେ କି, ୬ଦିନ ତଳେ ୨ଜଣ ଯୁବକଙ୍କ ସହ ଝିଅ କେଉଁଆଡେ ପଳାଇଥିଲା। ସେମାନେ ଯେତେ ଖୋଜାଖୋଜି କଲେ ମଧ୍ୟ ଝିଅର କୌଣସି ସନ୍ଧାନ ପାଇ ନଥିଲେ। ଆଜି ପାହାଡରୁ ମୃତଦେହ ଠାବ ହେବା ପରେ ନାବାଳିକାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର