ବସ୍‌ ସ୍କୁଟି ମୁହାଁମୁହିଁ ଧକ୍କା: ଦୁଇ ଯୁବତୀ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଛଘରିଆ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ, ମୃତ ଦୁଇ ଯୁବତୀଙ୍କ ମାର୍ଶାଘାଇ ଅନ୍ତେଇ ଗ୍ରାମର ପ୍ରଜ୍ଞାପାରମିତା ପାଳ ଓ ପିକରାଳି ଗ୍ରାମର ସୋନାଲି ବୋଲି ଜଣାପଡ଼ିଛି। ଗୁରୁତର ଆହତ ଯୁବକ ରଶ୍ମିରଞ୍ଜନ ସାମନ୍ତ ରାଏଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍‌ ଚାଳକ ବସ୍‌ ସହିତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ସମ୍ବନ୍ଧିତ ଖବର