ରାଉରକେଲା: ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଜଣେ ମୃତ, ୩ ଗୁରୁତର

ରାଉରକେଲା: ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଟେନ୍‌ସା ଫାଣ୍ଡି ଅନ୍ତର୍ଗତ ବାରସୁଆ ଗାଁ ନିକଟସ୍ଥ ବାଉରକେଲା- କୁସୁମଡିହି ରାସ୍ତା ଅଣା ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳି ଚାଳନାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟେନସା ଫାଣ୍ଡି ଅନ୍ତର୍ଗତ ବାଉରକେଲା ଗ୍ରାମର ସୁନୀଲ ମୁଣ୍ଡା(୨୮ ବର୍ଷ)ଓ ତାଙ୍କ ସହିତ ପିୟୂଷ ମୁଣ୍ଡା, ଫ୍ରାନ୍‌ସିସ ମୁଣ୍ଡା ଓ ଟୁଇଚା ମୁଣ୍ଡା ଏକ ଶ୍ରାଦ୍ଧ ଭୋଜିରେ ଯୋଗ ଦେଇ ଏକ ଡମ୍ପର ଯୋଗେ ଗାଁକୁ ଫେରୁଥିଲେ। ସେମାନେ ଏକ ଡମ୍ପର ଯୋଗେ ଫେରୁଥିବା ବେଳେ ସୁନୀଲ ମୁଣ୍ଡା ଡମ୍ପର ଚଳାଉଥିଲେ। ହଠାତ ବାଉରକେଲା- କୁସୁମିଡିହି ରାସ୍ତାରେ ଜଙ୍ଗଲରୁ କେତେକ ଦୁର୍ବୃତ୍ତ ବାହାରି ଆଖିବୁଜା ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହି ଗୁଳିମାଡ଼ରେ ସୁନୀଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁଳିମାଡ଼ରେ ଆହତ ହୋଇଥିଲେ। ଏପରିକି ସେମାେନେ ଯାଉଥିିବା ଡମ୍ପରଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ କିଏ ଏହି ଗୁଳିମାଡ଼ କରିଛନ୍ତି ତାହା ଜଣାଯାଇ ନଥିବା ବେଳେ ମାଓବାଦୀମାନଙ୍କର ଏଥିରେ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର