କନ୍ଧମାଳ: ନାବାଳିକାଙ୍କୁ ଅସଦାଚରଣ କରିଥିବା ୩ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

କନ୍ଧମାଳ: ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କନ୍ଧମାଳୁ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ପୋକ୍ସୋ କୋର୍ଟ ଜଜ୍‌ ସୁଶାନ୍ତ କୁମାର ପଟେଲ ୩ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏ ଜରିମାନାରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ଯେଉଁ ଜରିମାନା ଆଦାୟ ହେବ ତାହା ପୀଡ଼ିତା ନାବାଳିକାଙ୍କୁ ପ୍ରଦାନ କରାଯିବ ବୋଲି ରାୟରେ କୁହାଯାଇଛି।
ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମର ଜଣେ ୧୬ ବର୍ଷୀୟା ନାବାଳିକା ନଦୀରୁ ଗାଧୋଇ ଘରକୁ ପାଣି ନେଇ ଆସୁଥିବା ବେଳେ ସେହି ଗ୍ରାମର କେଦାର ପ୍ରଧାନ, ଦିକ ପ୍ରଧାନ ଓ ଜିତୁ ପ୍ରଧାନ ସମ୍ପୃକ୍ତ ନାବାଳିକାଙ୍କୁ ଟଣାଓଟରା କରି ଅସଦାଚରଣ କରିଥିଲେ। ଏହି ସମୟରେ ସେଠାରେ ଆଉ ଜଣେ ମହିଳା ଆସି ପାଟି କରିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଛାଡ଼ି ଚାଲିଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଜି ଉଦୟଭିରି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ କ୍ରମେ ପୁଲିସ କେଦାର ,ଦିକ ଓ ଜିତୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥଲା। ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କନ୍ଧମାଳ ଜିଲ୍ଲା ଦୌରା ଜଜ୍‌ ସୁଶାନ୍ତ କୁମାର ପଟେଲ ଅଭିଯୁକ୍ତମାନଙ୍କୁ ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର