କୂଅରେ ପଡ଼ି ଜଣେ ମୃତ

ଅନୁଗୁଳ: ଅନୁଗୁଳ ଥାନା ଅଞ୍ଚଳ ବେନ୍ତପୁର ପଞ୍ଚାୟତର ବାଦୀବାହଳ ଗ୍ରାମରେ ରବିବାର କୂଅରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅମିନ ଗଡ଼ନାୟକ ବୋଲି ଜଣେ ପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ବାଦୀବାହଳ ଗ୍ରାମରେ ଥିବା ଏକ କୂଅରେ କେହି ଜଣେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ପଡ଼ିଥିବା ଅମିନ ଗଡ଼ନାୟକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ତେବେ ଏହା ହତ୍ୟା ନା’ ଆତ୍ମହତ୍ୟା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର