ଗୋଟିଏ ଦିନରେ ଝରିଗାଁ ବ୍ଲକ୍‌ର ୨ଜଣଙ୍କ ବଜ୍ରପାତରେ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଆଦିବାସୀ ପୁର୍ଲା ଗ୍ରାମର ଏକ କାଜୁ ବଗିଚାରେ କାମ କରୁଥିବା ସମୟରେ ବଜ୍ରାଘାତରେ ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ନାମ ବଙ୍ଗଳା ପୁର୍ଲା ଗ୍ରାମର ମରୁ ବରଣିସି ବୋଲି ଜଣାପଡ଼ିଛି। ଆଜି ସେ ତାଙ୍କର ଆଦିବାସୀ ପୂର୍ଲା ଗ୍ରାମରେ ଥିବା ଏକ କାଜୁ ବଗିଚାରେ ଥିବା ବେଳେ ବଜ୍ରପାତ ହୋଇଥିଲା। ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୋଟିଏ ଦିନରେ ଝରିଗାଁ ବ୍ଲକ୍‌ର ୨ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର