ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟ କରୁଥିବା ଘଟଣାରେ ୪ ଗିରଫ, ୧ଲକ୍ଷ ୮୬ହଜାର ଟଙ୍କା ଜବତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ନାମରେ ଚାନ୍ଦା ଆଦୟ କରୁଥିବା ଘଟଣାରେ ବୁଧବାର ପୁଲିସ ୪ଜଣଙ୍କୁ ଗିରଫ କରିଛି। ଏଥିସହିତ ଗିରଫ ଅଭିଯୁକ୍ତଙ୍କ ଠାରୁ ୧ଲକ୍ଷ ୮୬ହଜାର ଟଙ୍କା, ଡ୍ରାଇଭିଂ ଲାଇସେନ୍‌ସ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି ପୁଲିସ। ଗିରଫ ୪ ଅଭିଯୁକ୍ତ ହେଲେ ବଳରାମ ନାୟକ (୩୦), ଭରତ ଓରଫ ଭପତା ନାଏକ (୨୩), ପିଣ୍ଟୁ ଓରଫ ରମେଶ ନାଏକ (୨୬), ବାଲେକାଦାସ୍‌ ନାଏକ (୩୦) ବୋଲି ଜଣାପଡ଼ିଛି। ଏହି ସମସ୍ତ ଅଭିଯୁକ୍ତଙ୍କ ଘର ରାୟଗଡ଼ା ଜିଲ୍ଲାରେ ।

ରାୟଗଡ଼ା ଜିଲ୍ଲାର ଅନନ୍ଦିରାକାନଞ୍ଚ ପୁଲିସ ଷ୍ଟେସନ୍‌ ଅଞ୍ଚଳର ପାଇକ୍‌ କୁପାଖାଲ ଗ୍ରାମର ହରି ବାଗଙ୍କ ପୁଅ ହଳଦର ବାଗଙ୍କ ଅଭିଯୋଗ କ୍ରମରେ ପୁଲିସ ତଦନ୍ତ କରି ଏହି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଭରତ, ପିଣ୍ଟୁ, ବାଲେକାଦାସ୍‌ ଓ ବଳରାମ ନକଲି ମାଓବାଦୀଙ୍କ ନାମରେ ଚାନ୍ଦା ଆଦୟ କରି ଆସୁଥିଲେ।

ସମ୍ବନ୍ଧିତ ଖବର