ନବରଙ୍ଗପୁର:  ଭାରସାମ୍ୟ ହରାଇ ଓଲଟିଲା ବସ, ୧୫ ଆହତ

 

ନବରଙ୍ଗପୁର: ଆଜି ସକାଳେ ନବରଙ୍ଗପୁରରରୁ ଜୟପୁରକୁ ଯାଉଥିବା ‘ଦାଶ’ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଦାଶ ନାମକ ଏକ ଘରୋଇ ବସ  ନବରଙ୍ଗପୁରରୁ ଜୟପୁରକୁ ଯାଉଥିବା ବେଳେ ଗାଡ଼ି ଡ୍ରାଇଭର ଅନ୍ୟମନସ୍କ ଓ ବେପରୁଆ ଭାବେ ଗାଡ଼ି ଚଳାଉଥିଲେ। ଫଳରେ ଗାଡ଼ିଟି ନବରଙ୍ଗପୁର ଇନ୍ଦ୍ରାବତୀ ପୋଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲଇସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହିତମାନଙ୍କୁ ଉଦ୍ଧାର କରି ନରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା ପରେ  ଦୁଇଜଣଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇଜଣଙ୍କୁ ନବରଙ୍ଗପୁର ଡାକ୍ତରଖାନାରେ ଆଡ୍‌ମିଟ୍‌ କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପରେ ଛାଡ଼ି ଦିାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର