ଭଞ୍ଜନଗର: ଭଞ୍ଜନଗରରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା। ଏହି ଅଭିଯୋଗ ଶୁଣାଣିରେ ସୋରଡା, ଧରାକୋଟ, ଭଞ୍ଜନଗର, ବୁଗୁଡା ଓ ଜଗନ୍ନାଥ ପ୍ରସାଦ ବ୍ଲକ୍ରୁ ୨୭୩ଜଣ ଲୋକ ସାମିଲ ଥିଲେ। ଏମାନଙ୍କ ମଧ୍ୟରୁ ୨୦୦ଜଣ ରାସନ୍ କାର୍ଡ ନ ଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପ୍ରଶାସନ ସେମାନଙ୍କଠାରୁ ଅଭିଯୋଗ ପତ୍ରକୁ ନେଇ ଥିଲେ। ଅଭିଯୋଗର ସମାଧନ କରି ପତ୍ର ଫେରାଇଲା ସମୟରେ କେତେକଙ୍କ ଅଭିଯୋଗ ପତ୍ର ହଜିଯାଇଥିଲା। ଏହାପରେ ଲୋକମାନେ ଉତକ୍ଷିପ୍ତ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାସ୍ଥଳରେ ଥିବା ଏଡିଏମ୍ଓ ଓ ଅତିରିକ୍ତ ଜିଲ୍ଲାପାଳ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ସେମାନଙ୍କ ଅଭିଯୋଗକୁ ବିଡିଓଙ୍କ ନିକଟକୁ ପଠାଯିବ ବୋଲି ବି କହିଥିଲେ। ହେଲେ ଅଭିଯୋଗ କରିବାକୁ ଆସିଥିବା ଲୋକମାନେ ଏଡିଏମ୍ଓ ଓ ଅତିରିକ୍ତ ଜିଲ୍ଲାପାଳଙ୍କ କୌଣସି କଥା ଶୁଣି ନଥିଲେ। ସେମାନଙ୍କ କଥା ଓ ଅସୁବିଧା କେହି ଶୁଣୁ ନାହାନ୍ତି କହି ଭୁବନେଶ୍ୱର-ଫୁଲବାଣୀ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ। ଫଳରେ ଯାନବାହନ ଯାତାୟାତରେ ବହୁ ଅସୁବିଧା ପରିଲକ୍ଷିତ ହୋଇଥିଲା।