ଯଶିପୁର: ବୋଲେରୋ ଓଲଟି ୨ ମୃତ, ୫ ଗୁରୁତର

ଯଶିପୁର: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କୁଇତା ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବୋଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଯଶିପୁର ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ଯଶିପୁର ଥାନା ମେବଦା ଗ୍ରାମର ସୁକ୍ରା ନାୟକ(୨୫ ବର୍ଷ) ଓ ପ୍ରଦୀପ ମହାନ୍ତ( ୨୨ ବର୍ଷ)ଙ୍କ ସହିତ ଅନ୍ୟ ୫ ଜଣ ଏକ ବୋଲେରୋରେ ଯଶିପୁରରୁ କେନ୍ଦୁଝର ଆଡକୁ ଯାଉଥିବା ବେଳେ ଜାତୀୟ ରାଜପଥର ଟଙ୍ଗାବିଲା ଛକ ନିକଟ କୁଇତାରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଶ୍ରୀ ମହାନ୍ତ ଓ ଶ୍ରୀ ନାୟକଙ୍କର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଓ କଟକ ଡାକ୍ତରଖାନାରେ ଭର୍ତ୍ତି କରିବା ବ୍ୟବସ୍ଥା କରିଛି।

ସମ୍ବନ୍ଧିତ ଖବର