ସମ୍ବଲପୁର: ଜଙ୍ଗଲ ରାସ୍ତାରେ ବନ୍ଧୁକ ମୁନରେ ଶିକ୍ଷକଙ୍କ ଠାରୁ ୧୫ହଜାର ଲୁଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କଣିହା ବଦହାର ଜଙ୍ଗଲ ରାସ୍ତାରେ ବନ୍ଧୁକ ଦେଖାଇ ତିନିଜଣ ଦୁର୍ବୃତ୍ତ ଜଣେ ଶିକ୍ଷକଙ୍କ ଠାରୁ ୧୫ ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଶିକ୍ଷକଙ୍କ ନାମ ବିଜୟ କୁମାର ପ୍ରଧାନ ଓ ଘର ଏନ୍‌ଟିପିସିରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜୟ କୁମାର ପ୍ରଧାନ କୁମାନ୍ଦା ହାଇସ୍କୁଲରୁ ନିଜ ଘର ଏନ୍‌ଟିପିସିକୁ ବଦହାର ଜଙ୍ଗଲ ରାସ୍ତାରେ ଦେଇ ଫେରୁଥିଲେ। ଏହି ସମୟରେ ୩ଜଣ ଲୁଟେରା ତାଙ୍କ ପିଛା କରିଥିଲେ। ଜଙ୍ଗଲ ରାସ୍ତାରେ ବିଜୟ କୁମାରଙ୍କୁ ଏକାକି ଦେଖି ଲୁଟେରା ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଫଳରେ ଶିକ୍ଷକ ବିଜୟ କୁମାର ପ୍ରଧାନ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ତିନିଜଣ ଦୁର୍ବୃତ୍ତ ଶିକ୍ଷକଙ୍କଠାରୁ ନଗଦ ୧୫୦୦୦ଟଙ୍କା ସମେତ ଦୁଇଟି ମୋବାଇଲ୍‌ ଓ ବାଇକ୍‌ ଚାବି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଲୁଟ ପରେ ଶିକ୍ଷକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍‌ପିଟାଲରେ ପହଞ୍ଚି କଣିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣା ବିଷୟରେ ଖବର ପାଇ ତିନିଜଣ ଲୁଟେରାକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର