ସାନ ଭାଇକୁ ମାରି ପରିତ୍ୟକ୍ତ କୂଅରେ ପକାଇ ଜେସିବିରେ ପୋତି ଦେଲା ବଡ଼ ଭାଇ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଟିଟିଲାଗଡ଼ସ୍ଥିତ ସଇଁତଳା ଥାନା ବାଗମରା ଗାଁରେ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଟଙ୍କା ଓ ଜମିବାଡି ପାଇଁ ସାନଭାଇକୁ ବଡ଼ ଭାଇକୁ ହତ୍ୟା କରିବାକୁ ବି ପଛାଇଲା ନାହିଁ। ସାନ ଭାଇକୁ ହତ୍ୟା କରିବା ପରେ ପରିତ୍ୟକ୍ତ କୂଅରେ ପକାଇ ବଡ଼ ଭାଇ ଜେସିବି ସାହାଯ୍ୟରେ ପୋତି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ବଡ଼ ଭାଇ ଗୟାଧର କର୍ମୀ ଓ ସାନ ଭାଇ ଅନିରୁଦ୍ଧଙ୍କ ମଧ୍ୟରେ ଅନେକ ଦିନ ହେବ କୌଣସି କାରଣରୁ ନେଇ ପାଟିତୁଣ୍ଡ ଲାଗିଥିଲା। ଗତ ୧୮ ତାରିଖ ଦିନ ଅନିରୁଦ୍ଧ ବଡ଼ ଭାଇକୁ କିଛି ଟଙ୍କା ମାଗିଥିଲା। ତେବେ ବଡ଼ ଭାଇ କୌଣସି ଟଙ୍କା ଦେଇ ପାରିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲା। ଏହି କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇ ଶେଷରେ ସାନ ଭାଇକୁ ବଡ଼ ଭାଇ ହତ୍ୟା କରିଥିଲା ବୋଲି ବୋଲି ସନ୍ଦେହ କରିଥିଲା। ସୋମବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନିରୁଦ୍ଧଙ୍କ ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇବାର ବ୍ୟବସ୍ଥା କରୁଛି। ପୁଲିସ ଏହି ଘଟଣାରେ ମୃତକଙ୍କ ପିତା ଗୟାଧର କର୍ମୀ ଓ ବଡ଼ ଭାଇ ଜଗବନ୍ଧୁ କର୍ମୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର