ସ୍କୁଲରେ ଶିଶୁଦିବସ ପାଳନ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଛାତ୍ର ମୃତ

ପୁରୀ: ପିପିଲି ବ୍ଲକ୍‌ କଣ୍ଟିନୋଡାଲସ୍ଥିତ ଏକ ସ୍କୁଲରେ ମଙ୍ଗଳବାର ଶିଶୁଦିବସ ପାଳନ ଚାଳିଥିବା ବେଳେ ପୋଖରୀରେ ବୁଡ଼ି ଜଣେ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାମ ପିଣ୍ଟୁ ବାରିକ୍‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ସ୍କୁଲ ପ୍ୟାଣ୍ଟ-ସାର୍ଟ ପିନ୍ଧି ଶିଶୁ ଦିବସ ପାଳନ କରିବା ପାଇଁ ପିଣ୍ଟୁ ବହୁ ଖୁସିରେ ସ୍କୁଲରେ ପହଞ୍ଚିଥିଲା। ସ୍କୁଲରେ ଶିଶୁଦିବସ ପାଳନ ଚାଲିଥିବା ବେଳେ ପିଣ୍ଟୁ ତା’ର କେତେଜଣ ସାଙ୍ଗଙ୍କ ସହିତ ସ୍କୁଲ ପାଖରେ ଥିବା ପୋଖରୀ କୁଳକୁ ଆସିଥିଲା। ଏହି ସମୟରେ ପିଣ୍ଟୁର ଗୋଡ ଖସି ଯିବାରୁ ସେ ପୋଖରୀରେ ବୁଡି ଯାଇଥିଲା। ସ୍ଥାନୀୟଲୋକେ ପିଣ୍ଟୁକୁ ଉଦ୍ଧାର କରିଥିଲେ ହେଁ ପିଣ୍ଟୁର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର