ପଟ୍ଟାମୁଣ୍ଡାଇ: ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡଇ ଥାନା ଅନ୍ତର୍ଗତ ବଡ଼ ମୂଳବସନ୍ତ ଗ୍ରାମପଞ୍ଚାୟତର ବନ୍ଧସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଘରେ ଖାଇପିଇ ଶୋଇଥିବା ଗ୍ରାମର ପ୍ରଭାକର ସାହୁଙ୍କ ଦୁଇ ପୁଅ ଆଜି ସକାଳୁ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛିି।
ମିଳିଥିବା ସୂଚନା ଅନୁଯାୟୀ, ଘର ଭିତରେ ଶୋଇଥିବା ପ୍ରଭାକର ସାହୁଙ୍କ ୧୦ ବର୍ଷର ପୁଅ ଉଦୟଭାନୁ ଓ ୫ ବର୍ଷର ପୁଅ କୃତିବାସ ଶୋଇଥିବା ଅବସ୍ଥାରେ ସେମାନଙ୍କୁ କୌଣସି ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ସେମାନଙ୍କୁ ଧରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଯାଇଥିଲେ। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର