ବାଲିଅନ୍ତା: ଗୁଳି ଫୁଟାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବାଲିଅନ୍ତା: ଆଜି ଦିନ ଦ୍ୱିପହରେ ୬ ଜଣ ଦୁର୍ବୃତ୍ତ ୨ ବାଇକ୍‌ରେ ଆସି ଫାଙ୍କା ଗୁଳି ଚାଳାନା କରି ବାଲିଅନ୍ତା ଥାନା ଦୁଦୁରାବସ୍ତ ମହାବୀର ଛକରେ ଜଣେ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଲୁଟେରାମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଅସିତ କୁମାର ଜେନା ନାମକ ଜଣେ ବ୍ୟବସାୟୀ ୧ଲକ୍ଷ ୨୫ ହଜାର ଟଙ୍କା ନେଇ ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ଦୁଇଟି ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇଥିଲେ। ଶ୍ରୀ ଜେନା ଜଣକ ଟଙ୍କା ଦେବାକୁ ରାଜି ନ ହେବାରୁ ମୁହଁରେ କପଡ଼ା ବାନ୍ଧିିଥିବା ୪ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା ଓ ଶ୍ରୀ ଜେନାଙ୍କ ଠାରୁ ସମସ୍ତ ଟଙ୍କା ଛଡ଼ାଇ ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର