ପୁରୀ: ବ୍ୟାଙ୍କ ପରିସରରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌

ପୁରୀ: ଆଖି ପିଛୁଳାକେ ପୁରୀ ଟାଉନ୍‌ ଟାନା ସମ୍ମୁଖସ୍ଥ ୟୁନିୟନ ବ୍ୟାଙ୍କ ପରିସରରୁ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟେରା ମାନେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନତ ଆରମ୍ଭ ହୋଇଛି।
ମିଳଥିବା ସୂଚନାରୁ ପକାଶ ଯେ ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ଝାରଡ଼ା ଗ୍ରାମର ପ୍ରହଲ୍ଲାଦ ଚମ୍ପତିରାୟ ନାମକ ଜଣେ ବ୍ୟକ୍ତି ଆଜି ଦିନ ପ୍ରାୟ ୧୨ଟା ବେଳେ ପୁରୀ ବଡ଼ଦାଣ୍ଡରେ ଥିବା ୟୁନିୟନ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ୫ଶହ ଟଙ୍କିଆ ୪ଟି ବଣ୍ଡଲ ଦେଇଥିଲେ। ବ୍ୟାଙ୍କ ପରିସରରେ ସେ ୩ଟି ବଣ୍ଡଲ ବ୍ୟାଗ୍‌ରେ ରଖି ଅନ୍ୟ ଏକ ବଣ୍ଡଲକୁ ଗଣୁଥିବା ବେଳେ ଜଣେ ଯୁବକ ତାଙ୍କ ପାଖରେ କିଛି ୧୦ ଟଙ୍କିଆ ନୋଟ୍‌ ପକାଇ ଆପଣଙ୍କ ଟଙ୍କା ପଡ଼ିଗଲା ବୋଲିି କହିଥିଲେ। ମାତ୍ର ଶ୍ରୀ ଚମ୍ପତ୍ତିରୟ ମୋ ଟଙ୍କା ପଡ଼ି ନାହିଁ କହି ନିଜ ଟଙ୍କା ଗଣୁଥିବା ବେଳେ ଦୁର୍ବୃତ୍ତଜଣକ ବ୍ୟାଗରୁ ଦେଢ଼ ଲକ୍ଷ ଟଙ୍କା ନେଇ ପାର ହୋଇ ଯାଇଥିଲେ। ଏ ନେଇ ଶ୍ରୀ ଚମ୍ପତିରାୟ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ବ୍ୟାଙ୍କର ସିସିଟିଭି କ୍ୟାମେରା ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର