ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ: ଲକ୍ଷେ ୪୦ ହଜାର ଟଙ୍କା ଜବତ, ୧୦ ଗିରଫ

ଆସ୍କା: ଆଜି ଅପରାହ୍ନରେ ସ୍ଥାନୀୟ ଥାନା ଅନ୍ତର୍ଗତ ସୁବର୍ଣ୍ଣେଶ୍ୱର ମନ୍ଦିର ନିକଟରେ ଚାଲିଥିବା ଜୁଆଆଡ୍ଡା ଉପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଅତର୍କିତ ଚଢ଼ାଉ କରିଛି। ପୁଲିସ ସେଠାରୁ ୧୦ ଜଣ ଜୁଆଡିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚିତ୍ତରଞ୍ଜନ ସ୍ୱାଇଁ, ମୋଚିରାମ ନାହାକ, ସୁବାଷ ସ୍ୱାଇଁ, ରାଜୁ ସାହୁ, ରବୀନ୍ଦ୍ର ପାତ୍ର, ସୁଶାନ୍ତ କୁମାର ପ୍ରଧାନ, ମଙ୍ଗଳୁ ଜେନା, ସମୀର ସାହୁ, ବୁଲୁ ଜେନା ଓ ସଂଜୟ ନାୟକ। ପୁଲିସ ସେମାନଙ୍କ ନିକଟରୁ ୧ ଲକ୍ଷ ୪୧ ହଜାର ୪୦୦ ଟଙ୍କା, ୧୦ଟି ମୋଟର ସାଇକେଲ, ୧୦ ଟି ମୋବାଇଲ, ତାସ, ଖାଦ୍ୟ ପୁଡିଆ ଆଦି ଜବତ କରିଛି। ପୁଲିସ ଏକ ମାମଲା ରୁଜୁ କରି ଆସନ୍ତାକାଲି ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ହୋଲି ଅବସରରେ ଏହିମାନେ ଏକତ୍ରିତ ହୋଇ ଏକ ବଡ଼ଧରଣର ଜୁଆ ଆଡ୍ଡାର ଆୟୋଜନ କରିଥିଲେ। ସୂଚନାଯୋଗ୍ୟ, ଦଶହରା ପରେ ପୁଲିସର ଏହା ଏକ ବଡ଼ ସଫଳତା। ଦଶହରା ସମୟରେ ପୁଲିସ ୨୦ରୁ ଅଧିକ ମାମଲା ରୁଜୁ କରି ୧୦୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର