ଜଙ୍ଗଲରେ ବିଷ ଆତଙ୍କ: ଗୋଟିଏ ପରେ ଗୋଟିଏ କରି ୧୦ଛେଳି ଓ ଗୋଟିଏ ଗୋରୁ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ମାଝିଗୁଡ଼ା ପଞ୍ଚାୟତର ଖରଗାପଦର ଗ୍ରାମ ଜଙ୍ଗଲରେ ବିଷକ୍ରିୟା ହେତୁ ୧୦ଟି ଛେଳି ଓ ଗୋଟିଏ ଗୋରୁ ମୃତ୍ୟୁ ହୋଇଥିବା ନେଇ ସୋମବାର ଖବର ଆସିଛି।

ସୂଚନାଯୋଗ୍ୟ, ଗ୍ରାମବାସୀ ନିଜନିଜ ଗୋରୁ ଛେଳିକୁ ଆଜି ଜଙ୍ଗଲକୁ ଚରିବା ପାଇଁ ଛାଡ଼ିଥିଲେ। ଦିନ ପ୍ରାୟ ୧୦ଟା ସମୟରେ ଗ୍ରାମବାସୀ ଗୋରୁ ଓ ଛେଳିକୁ ଦେଖିବା ପାଇଁ ଗଲା ବେଳକୁ ଗୋଟିଏ ପରେ ଗୋଟିଏ ଛେଳି ରାସ୍ତାରେ ମରି ପଡ଼ିଥିବାର ଦେଖିବାକୁ ପାଇଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୦ଟି ଛେଳି ଓ ଗୋଟିଏ ଗୋରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ମୃତ ୧୦ଟି ଛେଳି ମଧ୍ୟରୁ ୫ଟି ଛେଳି ମୁଟୁ ଜାନୀଙ୍କର ଥିବା ବେଳେ ୨ଟି ଛେଳି ବଲି ଜାନୀ ଓ ଗୋଟିଏ ଛେଳି କ୍ଷିରସିନ୍ଧୁ ଜାନୀ ଓ ୨ଟି ଛେଳି ଦାସୁ ଜାନୀଙ୍କର। ସେହିପରି ବିଷ କ୍ରିୟା ହେତୁ ଗୋଟିଏ ଗୋରୁର ମଧ୍ୟ ମୃତ୍ୟୁ ହୋଇଛି। ମୃତ ଛେଳି ପଡ଼ିଥିବା ସ୍ଥାନରେ କୀଟନାଶକ ଔଷଧ ହିଟାଟକ୍ସ ଓ ଟ୍ରିକାଲ ନାମକ ପଲିଥିନ୍‌ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଦୁଇଟି କୀଟନାଶକ ଔଷଧ ପଲିଥିନ୍‌କୁ ଗ୍ରାମବାସୀ ଘଟଣାସ୍ଥଳରୁ ଠାବ କରିଛନ୍ତି। ଏହି ପଲିଥିନ୍‌ ପାଇବା ପରେ କେହି ଉଦ୍ଦେଶ୍ୟମୂଳକ ଭାବେ ଏହା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ଓ ଛେଳିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର