ଖଣ୍ଡପଡ଼ା: ବ୍ୟବସାୟୀଙ୍କୁ ବନ୍ଧୁୁକ ଦେଖାଇ ୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା କଣ୍ଟିଲେ ଫାଣ୍ଡି ଅନ୍ତର୍ଗତ ବାଣପୁର ଘଣାଶାଳିଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ପଲସରରେ ଆସି ଆଜି ଦିନ ଦ୍ୱିପହରେ ଜଣେ ବ୍ୟବସାୟୀଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ କଣ୍ଟିଲୋର ମାରଓ୍ଵାଡ଼ି ବ୍ୟବସାୟୀ ଗୋପାଳ ଅଗ୍ରଓ୍ଵାଲଙ୍କ ପୁଅ ଆଜି ବିଭିନ୍ନ ସ୍ଥାନରୁ ୧୦ ଲକ୍ଷ ଟଙ୍କା ଆଦାୟ କରି ବାଇକରେ କଣ୍ଟିଲେ ଫେରୁଥିବା ବେଳେ ଘଣାଶାଳିଆ ନିକଟରେ ପଲସରରେ ଆସି ତାଙ୍କୁ ଦୁଇଜଣ ଯୁବକ ଅଟକାଇଥିଲେ। ନିଛାଟିଆ ସ୍ଥାନ ହୋଇଥିିବାରୁ ଦୁର୍ବୃତ୍ତମାନେ ସଙ୍ଗେ ସଙ୍ଗେ ତାଙ୍କ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପାଖରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର