ନିଆଳି: ପୁଣି ୧୦ ମେଣ୍ଢାଙ୍କ ମୃତ୍ୟୁ

କଟକ/ନିଆଳି: ଗତକାଲି ରାତିରେ କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗି ଅଁଳୋ ବବଜା ଗାଁରେ କୌଣସି ଅଜଣା ଜନ୍ତୁ ଗ୍ରାମରେ ପଶି ୧୦ଟି ମେଣ୍ଡାଙ୍କୁ ମାରି ଦେଇଛି। ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁହଳରେ ବନ୍ଧା ଯାଇଥିବା ୧୦ଟି ମେଣ୍ଢାଙ୍କୁ ଆଜି ସକାଳେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।
ସୂଚନା ଯୋଗ୍ୟ ଯେ ଗତ କାଲି ମଧ୍ୟ ନିଆଳି ଅଞ୍ଚଳରେ ୪ଟା ମେଣ୍ଡାଙ୍କୁ ଏହି ଅଜଣା ଜନ୍ତୁ ମାରି ଦେଇଥିଲା। ବର୍ତ୍ତମାନ ସୁଦ୍ଧା ଗତ ଦୁଇ ଦିନ ମଧ୍ୟରେ ୧୪ ମେଣ୍ଡାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର