ନୂଆପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୧ ଗୁରୁତର

ନୂଆପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ୧୧ ଜଣ ଲୋକ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କ ମଧ୍ୟରେ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଖଡ଼ିଆଲ ଥାନା ଅନ୍ତର୍ଗତ ତୋହଲେପଡ଼ା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀ ପକ୍ଷରୁ ଢେଲାପଥର ମାଡ଼ ହୋଇଥିଲା। ଗୁରୁତର ୭ ଜଣଙ୍କୁ ଖଡ଼ିଆଲ ଓ ୪ ଜଣଙ୍କୁ ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ଏକ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିିଳିବା ପରେ ଆରକ୍ଷୀ ଅଧିକ୍ଷକ ପୁଲିସ ଟିମ୍‌ ନେଇ ଘଟଣାସ୍ଥଳରେ ପହଂଚିଛନ୍ତି।

ରିପୋର୍ଟ ଲେଖାଯିବା ବେଳକୁ ଗାଁରେ ୨ ପ୍ଲାଟୁନ ପୁଲିସ ମୁତୟନ ଅଛି। ପୁରୁଷ ଲୋକମାନେ ଘରୁ ବାହାରୁ ନାହାନ୍ତି। ଗାଁ ଦାଣ୍ଡ ସ୍ତବ୍ଧ ପାଲଟି ଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କିଛି ମାସ ହେବ ତୋହଲେପଡ଼ା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା।

ସମ୍ବନ୍ଧିତ ଖବର