ଭଦ୍ରକ: ୧୧ ଲକ୍ଷ ୭୪ ହଜାର ମତଦାତା, ୧୨୯୨ ବୁଥରେ ଦେବେ ମତଦାନ

ଭଦ୍ରକ: ଦେଶରେ ସାଧାରଣ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପ୍ରକିୟାକୁ ଅବାଧ ଓ ନିରପେକ୍ଷ କରିବା ଲାଗି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକ ଜିଲ୍ଲାରେ ଗୋଟିଏ ଲୋକସଭା ଆସନ ଓ ୫ଟି ବିଧାନସଭା ଆସନରେ ୧୧ ଲକ୍ଷ ୭୪ ହଜାର ମତଦାତା ମୋଟ ୧୨୯୨ଟି ବୁଥରେ ମତଦାନ କରିବେ। ସେଥିରୁ ୨୦୪ଟି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରାଯାଇଛି। ଏଇସବୁ ବୁଥ୍‌ ଉପରେ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ କଡା ନଜର ରଖା ଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ନିର୍ବାଚନ ଆଚରଣ ବିଧର ଲାଗୁ ହୋଇଥିବାରୁ ଆଉ କୌଣସି ନୂଆ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦଘାଟନ କାର୍ଯ୍ୟ ହେବ ନାହିଁ। ରାଜନୈତିକ ଦଳର ପ୍ରଚାର ପ୍ରସାର ଉପରେ ଅଙ୍କୁଶ ଲାଗିଛି। ବେନର ହୁଡିଂ ଓ କଟ୍‌ ଆଉଟ୍‌ କଢା ହୋଇ ଯାଇଛି। ବିନା ପ୍ରଶାସନର ଅନୁମତିରେ ହୋଡିଂ କିମ୍ବା ବେନର ପୋଷ୍ଟର ଲଗାଇ ପାରିବେ ନାହିଁ। ମଡେଲ କୋଡ ଅଫ୍‌ କଣ୍ଡକ୍ଟକୁ ଉଲ୍ଲଂଘନ କଲେ ତାଙ୍କ ନିକଟରେ ର୍ନିବାଚନ ସଂକ୍ରାନ୍ତିୟ ଅଭିଯୋଗ ମଧ୍ୟ କରାଯାଇପାରିବଯ ସେହିପରି ପ୍ରାର୍ଥୀଙ୍କର ର୍ନିବାଚନ ସଂକ୍ରାନ୍ତିୟ ଖର୍ଚ୍ଚ ସଂପର୍କରେ ନୋଡାଲ ଅଫିସରଙ୍କ ନିକଟରେ ତଥ୍ୟ ଦାଖଲ କରାଯିବ।

ସମ୍ବନ୍ଧିତ ଖବର