ଟୋଲ ଗେଟ୍‌ ଉଚ୍ଛେଦ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼: ନୂତନଭବେ ଉଦ୍‌ଘାଟିତ ବିଜୁ ଏକ୍ସପ୍ରେସ ହାଇେଓ୍ଵରେ ଟୋଲ ଗେଟ୍‌ ଉଚ୍ଛେଦ ଦାବିରେ ଆଜି ସୁନ୍ଦରଗଡ଼ ନାଗରିକ ଫୋରମ ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛିି। ଫଳରେ ସହର ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି ବନ୍ଦକୁ ସ୍ଥାନୀୟ ଲୋକେ ବେଶ୍‌ ସମର୍ଥନ କରିଛନ୍ତି। ସହରର ତିନୋଟି ପ୍ରବେଶ ପଥ ରାଣୀବଗିଚା, କିରେଇ ଓ ସରକାରୀ ମହାବିଦ୍ୟାଳୟ ଛକରେ ରାସ୍ତା ଅବରୋଧ କରାଯାଇ ଏହି ବନ୍ଦ ପାଳନ କରାଯାଉଛି। ନାଗରିକ ଫୋରମ ସଭାପତି ଅଶୋକ ଦାଶଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି।

ସମ୍ବନ୍ଧିତ ଖବର