ଦେବଗଡ଼: ଗଇଲ ଘାଟିରେ ଓଲଟିଲା ମିନିଟ୍ରକ, ୧୨ ଗୁରୁତର

ଦେବଗଡ଼: ଆଜି ସକାଳେ ଦେବଗଡ଼ ଜିଲ୍ଲା ଗଇଲ ଘାଟିରେ ଏକ ମିନିଟ୍ରକ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି। ଏଥିରେ ଗର୍ଭବତୀ ମହିଳା, ଶିଶୁଙ୍କ ସମେତ ମୋଟ୍‌ ୧୨ ଜଣ ଗୁରୁତର ଭାବ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ. ଆଜି ସକାଳେ ଗଇଳା ଗ୍ରାମର କେତେକ ଲୋକ ଓଆର୨୦-୨୨୫୪ ନମ୍ବର ବିଶିଷ୍ଟ ମିନିଟ୍ରକରେ ଦେବଗଡ଼ ଯାଉଥିଲେ। ତେବେ ମିନି ଟ୍ରକ୍‌ଟି ଗଇଲ ଘାଟି ଉପରେ ଥିବା ବେଳେ ଡ୍ରାଇଭର ମିନିଟ୍ରକ୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ମିନି ଟ୍ରକ୍‌ଟିି ଘାଟି ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ୧୨ ଜଣ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଏପ୍ରିଲ ୨୭ ତାରିଖ ଦିନ ଏହି ଗଇଲ ଘାଟିରେ ଏକ ଯାତ୍ରାପାର୍ଟିର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ମୋଟ୍‌ ୨୭ ଜଣ କଳାକାରଙ୍କର ମୃତ୍ୟୁ ଘଟିଥିଲା। ଯେଉଁ ସ୍ଥାନରେ ଯାତ୍ରାପାର୍ଟି ଗାଡ଼ି ଦୁର୍ଘଟଣଗ୍ରସ୍ତ ହୋଇ ଏତେ ଲୋକଙ୍କ ଜୀବନ ଯାଇଥିଲା, ଠିକ୍‌ ସେହି ସ୍ଥାନରେ ଆଜି ମିନି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛିି।

ସମ୍ବନ୍ଧିତ ଖବର