ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମହାବନ୍ଦ ଜାରି: ୧୨ଟି ଟ୍ରେନ୍‌ ବାତିଲ୍‌

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୪୮ଘଣ୍ଟିଆ ମହାବନ୍ଦ ହେତୁ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାରେ ଜନଜୀବନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଦୋକାନ ବଜାର ବନ୍ଦ ରହିବା ସହିତ ସମ୍ବଲପୁର ଓ ହୀରାକୁଦରେ ରେଳରୋକ ହୋଇଛି। ଏହି ରେଳରୋକ ଯୋଗୁଁ ଶୁକ୍ରବାର ୧୨ଟି ଟ୍ରେନ୍‌କୁ ରେଳବାଇ କର୍ତ୍ତୃପକ୍ଷ ବାତିଲ କରିଛନ୍ତି। ତେବେ ରେଳବାଇ ପକ୍ଷରୁ ଉଭୟ ପଟୁ ଏହି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି ବୋଲି ସୂଚନା ମିଳିଛି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଏବଂ ସୋନପୁରରେ ଦ୍ୱିତୀୟ ଦିନରେ ମହାବନ୍ଦ ପହଞ୍ଚିଛି। ଏହି ମହାବନ୍ଦ ହେତୁ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ସହିତ ଗାଡ଼ିମଟର ଓ ଟ୍ରେନ ଚଳାଚଳ ବନ୍ଦ ରହିଛି। ୧୨ଟି ଟ୍ରେନକୁ ଆଜି ରେଳବାଇ ପକ୍ଷରୁ ବାତିଲ କରି ଦିଆଯାଇଛି।

ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସମ୍ବଲପୁର -ରାୟଗଡ଼ା- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ପୁରୀ- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର, ସମ୍ବଲପୁର- କେରାପୁଟ/ଜୁନାଗଡ଼ ରୋଡ ପାସେଞ୍ଜର, ଟିଟିଲାଗଡ଼- ସମ୍ବଳପୁର ପାସେଞ୍ଜର, ସମ୍ବଲପୁର ଜାମ୍ମୁ ତାଓ୍ଵି ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି, ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର, ରାଉରକେଲା-ସମ୍ବଲପୁର ପାସେଞ୍‌ଜର , ବିଲାସପୁର- ଟିଟିଲାଗଡ଼ ପାସେଞ୍ଜର, ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର