ଏକ ମାସର ଶିଶୁକନ୍ୟା ଧରି ଇଟାଭାଟିରୁ ଆସିଲେ ୧୩ ଦାଦନ ଶ୍ରମିକ 

ଜୟପୁର: ଏକ ମାସର ଶିଶୁକନ୍ୟା ଧରି ଆନ୍ଧ୍ର ଇଟାଭାଟିରୁ ଆସିଲେ ୧୩ ଦାଦନ ଶ୍ରମିକ। ଅସହ୍ୟ ଗରମ ହେତୁ ଏହି ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଯାତ୍ରା କଷ୍ଟ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ତାଙ୍କ ସହ ୬ଜଣ ନାବାଳିକା ଓ ନାବଳକ ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ସଂଘରୋଧ ଗୃହରେ ଛାଡିଥିବା ଜଣାପଡିଛି।

ଦିନକୁ ଦିନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋରାପୁଟ ଜିଲ୍ଲାରେ ୬ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଦେଶରେ କରୋନା ଆକ୍ରନ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏଥିରୁ ବାଦ ପଡିନି ଆନ୍ଧ୍ର ପ୍ରଦେଶ। ରାଜ୍ୟର ଅନକାପାଲ୍ଲିରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ବସ ଯୋଗେଁ ବିଦା କରିଦେଲା ଆନ୍ଧ୍ର ପ୍ରଦେଶ। ଏହି ଶ୍ରମିକଙ୍କୁ ତୋଳି ଧରିଛି କୋରାପୁଟ ଜିଲ୍ଲା। ଆଜି ଜୟପୁର ବ୍ଲକରେ ପହଞ୍ଚିଛନ୍ତି ୬ ଶିଶୁଙ୍କ ସହ ୧୩ଜଣ ଦାଦନ ଶ୍ରମିକ। ଏହି ଦାଦାନଙ୍କ ମଧ୍ୟରେ ଜଣେ ଏକ ମାସର ଶିଶୁ ରହିଛନ୍ତି। ସେ ଶିଶୁ ଜଣକ ହେଉଛନ୍ତି ରାମ ଓ କାମା ଜାନୀଙ୍କର ତୃତୀୟ ସନ୍ତାନ। ଗତମାସ ୨ ତାରିଖରେ ଏହି ଶିଶୁ ଜଣକ ସେଠିକାର ମେଡିକାଲରେ ଜନ୍ମ ହୋଇଥିଲେ। ସେଠାରେ ରହିଥିବାବେଳେ ଆଜି ଆସି ଜୟପୁରରେ ପହଞ୍ଚିଛନ୍ତି।

ଏହି ଶ୍ରମିକମାନେ କେବିଡି ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ପୋଡାପଦର ଅଞ୍ଚଳର ବୋଲି ଜଣାପଡିଛି। ତେବେ ଏହି ୧୩ ଜଣ ଶ୍ରମିକ ଆନ୍ଧ୍ରର ଅନକାପାଲ୍ଲିରେ ଏକ ଇଟା ଭାଟିରେ ତିନିମାସ ତଳେ କାମ କରିବାକୁ ଯାଇଥିଲେ। ସେଠାରେ ମାସେ କାମ କରିଥିବାବେଳେ ପରେ ଦୁଇ ମାସ ହେଲା କରୋନା ହେତୁ ଏହାକୁ ବନ୍ଦ କରିଦେଇଥିଲା ସେଠାକାର ପ୍ରଶାସନ। ହେଲେ ସେଠାରେ ଠିକାଦାର କେବଳ ଗୋଟିଏ ଓଳି ଖାଇବାକୁ ଦେଇଥିବାବେଳେ ଅନ୍ୟ ଓଳି ନିଜ‌େ ଯୋଜନାରେ ଖାଉଥିଲେ। ହେଲେ ପଇସା ପତ୍ର ନ ଦେବାରୁ ସେମାନେ ତିନିଦିନ ତଳେ ବାହାରି ଆସିଥିଲେ। ପରେ ଏହି ଶ୍ରମିକମାନେ କିଛିବାଟ ଚାଲିବା ପରେ ଏକ ବସରେ ଆଜି ଆସି କୋରାପୁଟରେ ପହଞ୍ଚିଥିଲେ। ସେଠାରୁ ଏକ ବସରେ ଜୟପୁର ପହଞ୍ଚିଥିଲେ। ଏହିଠାରୁ ଜୟପୁର ପ୍ରଶାସନ ସେମାନଙ୍କୁ ନିଜ ପଞ୍ଚାୟତରେ ରହିଥିବା ସଂଘରୋଧ ଘରେ ରହିବାକୁ ଦଆଯାଇଛି। ତେବେ ଆସନ୍ତାକାଲି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର