ଟାଟାନଗରରେ ଫସିଲେ ୧୪ ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଖଡିଆଳ: ନୂଆପଡା ଜିଲା ଖଡିଆଳ ବ୍ଲକ ଅନ୍ତର୍ଗତ ଖାସବାହାଲ ପଞ୍ଚାୟତର ନୂଆରାଜପୁର ଗ୍ରାମର ଶ୍ରମିକମାନେ ଝାଡ଼ଖଣ୍ଡର ଟାଟାନଗରରେ ଫସି ରହିଥିବା ଜଣାପଡ଼ିଛି । କରୋନା ଯୋଗୁଁ ଲକଡାଉନ ହେବା ପରେ ସେମାନେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁ ନାହାନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରାଯିବା ପାଇଁ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ୬ ମାସ ତଳେ ନୂଆରାଜପୁର ଗ୍ରାମର ୧୪ ଜଣ ଶ୍ରମିକ ଟାଟାନଗର (ଜମସେଦପୁର)କୁ ଯାଇ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରି ବେଶ ଦୁଇପଇସା ରୋଜଗାର କରୁଥିଲେ । ହେଲେ ମହାମାରୀ କରୋନା ଯୋଗୁଁ ସରକାରଙ୍କ ଲକଡାଉନ ଘୋଷଣା ହେବା ପୂର୍ବରୁ ଗତ ୨୨ ତାରିଖଠାରୁ ସେମାନଙ୍କ କାମ ବନ୍ଦ ହୋଇଯାଇଅଛି । ସେହିଦିନରୁ ସେମାନେ ଦୟନୀୟ ଅବସ୍ଥାରେ ପଡି ରହିଥିବା ବେଳେ ଯାହା ରୋଜଗାର କରିଥିଲେ ତାହା ମଧ୍ୟ ଖର୍ଚ୍ଚ ହୋଇ ସାରିଥିବା ପ୍ରକାଶ କରିଛନ୍ତି । ହାତରୁ ଟଙ୍କା ଶେଷ ହୋଇଯାଇଥିବା ବେଳେ ଘରକୁ କେମିତି ଆସିବେ ତାହା ମଧ୍ୟ ବାଟ ପାଉ ନାହାନ୍ତି । ଶେଷରେ ବାଧ୍ୟ ହୋଇ ନୂଆପଡା ଜିଲା ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।

ଯୁବ ସ୍ୱେଚ୍ଛାସେବୀ ଯୋଗାଉଛନ୍ତି ଖାଦ୍ୟ-ପାନୀୟ

ନୂଆପଡା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଲକଡାଉନ ଘୋଷଣା ହେବା ପରେ ଖଡିଆଳ ପୁଲିସ ଏହାକୁ ସଫଳ କରିବା ନେଇ ଦିନରାତି ଅହରହ ଚେଷ୍ଟା ଚାଲିଛି । ଖଡିଆଳ ସହରର ୯ ନମ୍ବର ୱାର୍ଡରେ ରହୁଥିବା ଯୁବ ସ୍ୱେଚ୍ଛାସେବୀ ଓମ ପ୍ରକାଶ ଅଗ୍ରୱାଳ ଓ ମହେନ୍ଦ୍ର ଯାଦବ ଅସହାୟ ଲୋକଙ୍କୁ ଚା, ବିସ୍କୁଟ ଓ ଲସି ବଣ୍ଟନ କରୁଛନ୍ତି । ଏହି କାମକୁ ଲୋକେ ପ୍ରଶଂସା କରଛନ୍ତି ।

ସମ୍ବନ୍ଧିତ ଖବର