ଚାନ୍ଦବାଲିରୁ ଭୁବନେଶ୍ୱର ଯାଉଥିଲା ୧୪ ବସ୍ତା ନକଲି ଜର୍ଦ୍ଦା, ଜବତ କରି ୨ ଜଣକୁ ଅଟକ ରଖିଲା ପୁଲିସ

ଭଦ୍ରକ: ଟାଉନ୍‌ ଥାନା ଅନ୍ତର୍ଗତ ବନ୍ତ ଛକରୁ ଶୁକ୍ରବାର ଅପରାହ୍ନରେ ୧୪ ବସ୍ତା ନକଲି ଜର୍ଦ୍ଦା ଜବତ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଏକ ଘରୋଇ ବସ୍‌ ‘ମୁସ୍କାନ’ ଉପରେ ଚଢ଼ାଉ କରି ଏହାକୁ ଜବତ କରିଛି। ପୁଲିସ ଭଦ୍ରକ ସହରର ମୁଖ୍ୟ ଛକ ବନ୍ତଠାରେ ଚାନ୍ଦବାଲି ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍‌କୁ ଅଟକାଇ ଥିଲା। ପୁଲିସ୍‌ ବସ୍‌ର ଚାଳକ ଓ ହେଲ୍‌ପରକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ ପ୍ରାୟ ଦେଢ଼ ମାସ ତଳେ ପୁରୁଣା ବଜାର ଥାନା ଅନ୍ତର୍ଗତ ମିର୍ଜାପୁରରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଥିଲା। ଗତ ସେପ୍ଟେମ୍ବର ୨୪ରେ ହୋଇଥିବା ଏହି ଚଢ଼ାଉ ସମୟରେ ପୁଲିସ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ-ଜର୍ଦ୍ଦା ଜବତ କରିଥିଲା। ଜର୍ଦ୍ଦା କାରଖାନାରେ କାର୍ଯ୍ୟତର ୩ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। କାରଖାନାରୁ ଜର୍ଦ୍ଦା ପ୍ରସ୍ତୁତରେ ବ୍ୟବହାର ହେଉଥିବା ଜିନିଷ, ବିଭିନ୍ନ କଂପାନିର ଲଗୋ, ଡବା, ଖୋଳ ଆଜି ଜବତ ହୋଇଥିଲା।

ସୂଚନାଯୋଗ୍ୟ ଭଦ୍ରକ ସହର ନକଲି ଜର୍ଦ୍ଦା କାରଖାନାର ପେଣ୍ଠସ୍ଥଳ ପାଲଟିଛି। ଗତବର୍ଷ ଏହି ମଧ୍ୟ ଏହି ଅଞ୍ଚଳରୁ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଥିଲା। ସେତେବେଳେ ଘଟଣା ସହିତ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର